ଜିଲ୍ଲାପାଳଙ୍କ ଧାନମଣ୍ଡି ପରିଦର୍ଶନ

 ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଛତ୍ରପୁର ବ୍ଲକର ବଉଳ ଗାଁ ଓ ରୁକୁଣୀ ଗାଁ ସୋସାଇଟି ଧାନମଣ୍ଡି ପରିଦର୍ଶନ କରିଛନ୍ତି । ସେ କୃଷକମାନଙ୍କର ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ମଣ୍ଡି ଅଧିକାରୀଙ୍କୁ ଯଥାଶୀଘ୍ର ଚାଷୀଙ୍କ ଠାରୁ ଧାନ ଉଠାଇବା ପାଇଁ ତାଗିଦ୍ କରିଥିଲେ ।ଛତ୍ରପୁର ବ୍ଲକ୍ର ଶତକଡା ୩୭ ପ୍ରତିଶତ ଧାନ କିଣା ସରିଛି ଏବଂ ସମଗ୍ର ଗଞ୍ଜାମ ଜିଲ୍ଲାର ଶତକଡା ୫୮ ପ୍ରତିଶତ ଧାନ କ୍ରୟ ସମାପ୍ତ ହୋଇଛି । ଜିଲ୍ଲାପାଳ ଶ୍ରୀ ପରିଡା ମଣ୍ଡି ପରିଦର୍ଶନ କରି ଧାନ କିଣାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ ।ଟୋକନ୍ ଲ୍ୟାପ୍ସ ହେବା ଗୁଜବ ପ୍ରଚାରକୁ ବିଶ୍ୱାସ ନ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସମସ୍ତ ପଞ୍ଜିକୃତ ଚାଷୀ ନିର୍ଦ୍ଧାରିତ ସମୟ ମଧ୍ୟରେ ମଣ୍ଡିରେ ଧାନ ବିକ୍ରୟ କରିପାରିବେ । ଅବଧି ସମାପ୍ତ ହେବାକୁ ଥିବା ଧାନ କିଣା ଟୋକନ୍ ଗୁଡିକର ସମୟ ସୀମା ଆଉ ୧୫ ଦିନ ବୃଦ୍ଧି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶୀଷ ବରାଳ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ସମବାୟ ସମିତିର ସହକାରୀ ନିବନ୍ଧକ (ଏଆର୍ସିଏସ୍) ଯୋଗମାୟା ସାବତ, ସହକାରୀ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଲ, ଏମଆଇ ଛତ୍ରପୁର ବର୍ଷାରାଣୀ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।