ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନୃସିଂହ ଅବତାର ବେଶ 

 କେନ୍ଦ୍ରାପଡା : ଆଜି ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ ନୃସିଂହ ଅବତାର ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ସନ୍ଧ୍ୟା ସମୟ ପହୁଡ଼ ଖୋଲା ଯାଇ ଉଠାଣୀ ନୀତି ସମ୍ପନ୍ନ ପରେ ପୂଜାପଣ୍ଡା ଙ୍କ ଦ୍ୱାରା ବେଶ ଅନୁଷ୍ଠିତ ହୋଇଥିଲା ପ୍ରଥମେ ଶୁକ୍ଳ ମଉଳି ପିନ୍ଧା ଯାଇ ମଣ୍ଡଳ ଲଗା ଯାଇଥିଲା  ବଳ ଦେବ ଜୀଉଙ୍କୁ ଶ୍ରୀ ଭୁଜପୟର  ପାଟ  ହସ୍ତରେ ହଳ ମୁଷଳ  ରେ ସଜ୍ଜିତ ସଜ୍ଜିତ କରାଯାଇଥିଲା  ଦେବୀ ସୁଭଦ୍ରାଙ୍କୁ  ପାଟ ମଉଳି ଘେରା ସଜ୍ଜିତ କରାଯାଇ ଥିଲା ପରେ ଜଗନ୍ନାଥ ଙ୍କୁ  ଶ୍ରୀଭୁଜ  ଶଙ୍ଖ ଚକ୍ର  ପଦ୍ମ  ଆସନ ରେ ସଜ୍ଜିତ ଚରଣ ଉପରେ  ଦାନବ ଅସୁର ହିରଣ୍ୟ କଶ୍ୟପ ବିଦାରଣ ଦୃଶ୍ୟ ଭକ୍ତ ପ୍ରହଲ୍ଲାଦ  ଙ୍କ ଯୋଡ  ହସ୍ତ୍ ରେ  ପ୍ରାର୍ଥନା   ବେଶ  ଭକ୍ତ ମାନଙ୍କୁ ବିମୋହିତ କରିଥିଲା ଆଜି ନୃସିଂହ ଉପାସନା ବ୍ରତ ଥିବାରୁ ଭକ୍ତଙ୍କ ଗହଳି ଥିଲା  ପରେ ଶ୍ରଜୀଉମାନଙ୍କର ମହାସ୍ନାନ କରାଯାଇ ଅନ୍ୟ ନୀତି କାର୍ଯ୍ୟ ଆରମ୍ଭ ହୋଇ ଥିଲା ପୁରାଣ ବର୍ଣ୍ଣିତ ଅନୁଯାଇ  ସତ୍ୟ ଯୁଗରେ ଦ୍ରୁ ଦାନ୍ତ ଦାନବ ଅସୁର ହିରଣ୍ୟ କଶ୍ୟପ  ବ୍ରହ୍ମା ଙ୍କ ବର ପାଇ ପୃଥିବୀ ପୃଷ୍ଠରେ  ଅନ୍ୟାୟ  ଅତ୍ୟାଚାର ବଢିଚାଲିଲା  ବିଷ୍ଣୁ ଭକ୍ତ ଉପରେ ବେଶୀ ଅତ୍ୟାଚାର କରିଥିଲା ତାହାର ପୁତ୍ର ପ୍ରହଲ୍ଲାଦ ବିରାଟ ବିଷ୍ଣୁ ଭକ୍ତ ଥିବାରୁ ତା ଅତ୍ୟାଚାର ଶିକାର ହୋଇଥିଲା  ଭଗବାନ ବିଷ୍ଣୁ ନରସିଂହ ଅବତାର ନେଇଥିଲେ  ଦଶ ଅବତାର ଭିତରୁ ଚତୁର୍ଥ ଅବତାର ନରସିଂହ  ଭୟଙ୍କର  ଅବତାର ନେଇ  ହିରଣ୍ୟ କଶ୍ୟପ କୁ ନିଜ ନଖ ରେ  ବିଦାରଣ କରିଥିଲେ  ସେଇ ଯୁଗର ପ୍ରଥାକୁ  ତୁଳସୀ କ୍ଷେତ୍ରରେ ବୈଶାଖ ମାସର ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଇଥାଏ ।