କଲେଜ ଜମି ଜବରଦଖଲ : ପୁରାତନ ଛାତ୍ର ସଂସଦର ଉଦ୍ବେଗ


କେନ୍ଦ୍ରାପଡା  : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ ବୈଠକ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ୧୯୫୮ ମସିହା ରେ ଗୁହାଳସିଂହ ମୈାଜାରେ ଥିବା କଲେଜର କିଣାଜମି ପ୍ଲଟ ନଂ-୪୧୩୮ କୁ କିଛିଲୋକ ଜବରଦଖଲ କରି ତାହାକୁ ରାତାରାତି ତା ଉପରେ ସ୍ଥାୟୀ ନିର୍ମାଣ କରୁଥିବାରୁ ସଂସଦ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଛାତ୍ର ସଂସଦ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କଲେଜ କତୃପକ୍ଷଙ୍କୁ ଦାବି ଜଣାଇବା ସହ ପୋଲସି ପ୍ରଶାସନ ଓ ରାଜସ୍ୱ ବିଭାଗ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । କଲେଜର ଆରମ୍ଭ ସମୟରେ ଏହି ପ୍ଲଟ ନିକଟରେ ରାସ୍ତା ନିର୍ମାଣ ପାଇଁ ତତ୍କାଳୀନ ଛାତ୍ରଛାତ୍ରୀ ମାନେ ଶ୍ରମଦାନ କରି ଜଳାଶୟ ଖୋଳିଥିଲେ । ମାତ୍ର କଲେଜ ଛୁଟି ଥିବା ସମୟରେ ଏହି ଜବର ଦଖଲକାରୀ ମାନେ ଏହି ଜଳାଶୟକୁ ବାଲିରେ ପୋତି ଦେଇ ତା ଉପରେ ସ୍ଥାୟୀ ନିର୍ମାଣ କରିବାକୁ ଉଦ୍ୟମ କରୁଛନ୍ତି । 
କଲେଜର ଏହି ଭୂ ସମ୍ପତିର ସୁରକ୍ଷା ପାଇଁ ସଂପୃକ୍ତ ସମସ୍ତ ବିଭାଗ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜିର ବୈଠକରେ ଅନୁରୋଧ କରାଯାଇଛି । ପୁରାତନ ଛାତ୍ର ସଂସଦର ବାର୍ଷିକ ସମ୍ମିଳନୀ ଆସନ୍ତା ଜୁନ ୧୫ ତାରିଖକୁ କରିବା ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିବା ସଂପାଦକ ବିଧୂଭୂଷଣ ଦାସ ଜଣାଇଛନ୍ତି । 
ପହେଲଗାଓ ଠାରେ ଆତଙ୍କବାଦୀ ମାନେ ହତ୍ୟା କରିଥିବା ୨୭ଜଣ କଏଦୀଙ୍କ ଉଦେ୍ଦଶ୍ୟରେ ଓ ଭାରତ-ପାକିସ୍ଥାନ ଯୁଦ୍ଧରେ ସହିଦ ହୋଇଥିବା ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସଂସାଦର ସଭାପତି ତଥା କଲେଜ ଅଧ୍ୟକ୍ଷ ଡ଼ଃ ସଂଜିବ କୁମାର ମହାନ୍ତି ସମସ୍ତ ପ୍ରକାର କାର୍ଯ୍ୟର ସହଯୋଗ କରିବାୁ ସମ୍ମତି ଜଣାଇଥିଲେ । ଏହି ବୈଠକରେ ପ୍ରଫେସର ପ୍ରଦୀପ୍ତ କୁମାର ଦାସ, ଡ଼ଃ ଅମୀୟ କୁମାର ମହାନ୍ତି, ଡ଼ଃ ତପନ କୁମାର ପତି, ଡ଼ଃ ପ୍ରମୋଦ କୁମାର ଦାସ, ଦୁର୍ଯେ୍ୟାଧନ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରଫେସର ରଂଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।