ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ

 ବେତନଟୀ: ବେତନଟୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ୨୨ତମ ଶ୍ରୀ ଅରବିନ୍ଦଙ୍କ ସମାଧି ପ୍ରତିଷ୍ଠା ଦିବସରେ ବାର୍ଷିକ ଉତ୍ସବ ମହା ସମାରୋହ ପାଳିତ ହୋଇଯାଇଛି । ପ୍ରାତଃ  ସମୟରେ ସମାଧି ଠାରେ ସମବେତ ଧ୍ୟାନ ପରେ  ଶିକ୍ଷାକେନ୍ଦ୍ରର ସଭାପତି ଗୌତମ ଚନ୍ଦ୍ର ବେହେରା ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ ଉତ୍ସବକୁ ଶୁଭାରମ୍ଭ କରିଥିଲେ । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପ୍ରଫୁଲ୍ଲ ମହାଳିକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସଂଯୁକ୍ତା ପ୍ରଧାନ, ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ଅଧିବେସନରେ ଶିକ୍ଷାକେନ୍ଦ୍ରର ସଭାପତି ଗୌତମ ଚନ୍ଦ୍ର ବେହେରା, ସଭ୍ୟ ରାଧାକୃଷ୍ଣ ପାତ୍ର ଓ ବେତନଟୀ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଖଟୁଆ ଯୋଗ ଦେଇ କ୍ରୀଡା ଉତ୍ସବରେ ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାମାଅପା, ସଞ୍ଜୟ ମଢୁଆଳ, ସତ୍ୟବ୍ରତ ବାସୁରୀ, ଗିରିଧାରୀ ଦଳେଇ, ମାଥୁର ଭାଇ, ବୈଜନ୍ତ ଭାଇ, ରଣଜିତ ଭାଇ, ଅଞ୍ଜଳୀ ଅପା, ମିତା ଅପା, ଅନୁ ଅପାମାନଙ୍କ ସହଯୋଗ ଉତ୍ସବକୁ ଚିତାକର୍ଷକ ଓ ଆକର୍ଷଣୀୟ କରିଥିଲା । ଶେଷରେ ଶିକ୍ଷାକେନ୍ଦ୍ରର ଅନ୍ୟତମ ସଭ୍ୟ ଏ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ମହେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।