୭ମ ଶ୍ରୀଜଗନ୍ନାଥ ମହୋତ୍ସବ ପ୍ରସ୍ତୁତି 

ବାଣପୁର:  ଚଳିତବର୍ଷ ୭ମ ଶ୍ରୀଜଗନ୍ନାଥ ମହୋତ୍ସବମହୋସôବ ମାଘ ଶୁକ୍ଳ ନବମୀରୁ ଆରମ୍ଭ ହୋଇ ତା ୯-୨-୨୫ ରିଖରବିବାର ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚିଲିକା ବାଣପୁର ଶ୍ରୀଜଗନ୍ନାଥ ମନ୍ଦିର ସମନ୍ୱୟ ସମିତି ଓ ଲୀଳକ୍ଷେତ୍ର କାଙ୍କଣ ଶିଖରୀ ଉନ୍ନୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶିଖରୀଠାରେ ୪ଦିନ ଧରି ମହାଯଜ୍ଞ, ସାଧୁସଂନ୍ଥ, ମଠାଧୀଶ, ଶ୍ରୀ ଜଗନ୍ନାଥଙ୍କ ପ୍ରମୁଖ ସେବକ, ଇତିହାସ ଗବେଷକ, କବି ସାହିତ୍ୟିକ, ରାଜନୈତିକ ନେତୃମଣ୍ଡଳୀଙ୍କ ସମାଗମ, ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବଚନ, ଭଜନ କୀର୍ତ୍ତନ ଇତ୍ୟାଦି ବିରାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ୨୪ ବେଶର ଦାରୁ ବିଗ୍ରହ ସେଠାରେ ସ୍ଥାପନ କରାଯାଇ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥାର ଉଦ୍ଘାଟନ ହେବ । ଶ୍ରୀପଞ୍ଚମୀରେ ଟ୍ରଷ୍ଟର ପ୍ରମୁଖ ଡ. ସୁଶାନ୍ତ ସାହୁ, ସଭାପତି ହାଡ଼ିବନ୍ଧୁ ପଟ୍ଟନାୟକ, ଶ୍ରଦ୍ଧାଳୁ ଚିନ୍ମୟ ଘଡ଼ାଇ ନିମନ୍ତ୍ରଣ ପତ୍ର ଧରି ବାଣପୁରର ଆରାଧ୍ୟା ଦେବୀ, ମଙ୍ଗଳମୟୀ ମା'ଭଗବତୀଙ୍କ ପୀଠରେ ପହଞ୍ଚି ମହୋସôବର ମଙ୍ଗଳ କାମନା ନିମତ୍ତ ମା'ଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନିମନ୍ତେ ଶରଣାପର୍ଣ୍ଣ ହୋଇ ଗୁଆନଡ଼ିଆ ମହାପ୍ରସାଦ ଦେଇ ନିମନ୍ତ୍ରଣ ଅନୁକୂଳ କରିଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜକ ସାଆନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଞ୍ଜୟ ମହାପାତ୍ର, ପବିତ୍ର ନାୟକ ପ୍ରମୁଖ ନିମନ୍ତ୍ରଣଗ୍ରହଣ କରି ସ୍ୱୀକୃତ୍ତି ପ୍ରଦାନକରିବା ପରେ ଚିଲିକା ଓ ବାଣପୁର ମଣ୍ଡଳରେ ଥିବା ସମସ୍ଥ ଶ୍ରୀଜଗନ୍ନାଥ ମନ୍ଦିରକୁ ଗୁଆ ନିମନ୍ତ୍ରଣ ଆରମ୍ଭ ହୋଇଥିଲା । ମା'ଙ୍କ ଆଜ୍ଞାମାଳ ସହିତ ଦୁଇ ମଣ୍ଡଳର ସବୁ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଥାଟ ପଟୁଆରରେ ବାହାରି କାଙ୍କଣ ଶିଖରୀରେ ପହଞ୍ଚିବାପରେ ମହାଯଜ୍ଞ ଆରମ୍ଭ ହେବ ବୋଲି ଟ୍ରଷ୍ଟର ପ୍ରମୁଖ ଡ. ସାହୁଙ୍କ ଠାରୁ ପ୍ରକାଶ ।