ଶ୍ରୀଜଗନ୍ନାଥ ତତ୍ତ୍ୱ ଶିକ୍ଷା
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଓଡ଼ିଆ ଜାତିର ପରିଚୟ ହେଉଛି ଶ୍ରୀଜଗନ୍ନାଥ ଓ ଓଡ଼ିଆ ଭାଷା । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ପ୍ରାଣର ପ୍ରାଣ । ଓଡ଼ିଶାର ଧର୍ମ, ସଂସ୍କୃତି, ଇତିହାସ, ସାହିତ୍ୟ ତଥା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ । ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡ଼ିଶାର ଜନଜୀବନରେ ଏକ ସମନ୍ୱୟାତ୍ମକ ସାଂସ୍କୃତିକ ସ୍ରୋତ ପ୍ରବାହିତ ତଥା ଶତାବ୍ଦୀ ଶତାବ୍ଦୀ ଧରି ଏହି ସାଂସ୍କୃତିକ ସ୍ରୋତ ଓଡ଼ିଆ ଜାତିର ଜୀବନଚର୍ଯ୍ୟାକୁ ସୁନ୍ଦର, ସମୃଦ୍ଧ, ସୃଜନଶୀଳ ଓ ପରିପୂର୍ଣ୍ଣ କରିଆସିଛି । ଯୁଗେ ଯୁଗେ ଓଡ଼ିଆ ଜାତି ବଳୀୟାରଭୁଜ ଶ୍ରୀଜଗନ୍ନାଥଙ୍କ ଅଭୟପ୍ରଦ ସୁରକ୍ଷା ବଳୟରେ ରହି ଆସିଛି । ଓଡ଼ିଆମାନେ ଜନ୍ମଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଜୀବନର ପ୍ରତିଟି ସ୍ତରରେ ଶ୍ରୀଜଗନ୍ନାଥଙ୍କର ମନନ, ସ୍ମରଣ ଓ ଭଜନରେ ମନୋନିବେଶ କରି ପରିଶେଷରେ ତାଙ୍କରି ନିର୍ମାଲ୍ୟ କଣିକାକୁ ଆଶ୍ରା କରିଥାଏ । ଶ୍ରୀଜଗନ୍ନାଥଙ୍କ ରୂପ, ଲୀଳା, ଧାମ, ତତ୍ତ୍ୱ ଓ ଦର୍ଶନର ସ୍ୱାତନ୍ତ୍ର୍ୟ, ବୈଶିଷ୍ଟ୍ୟ, ଓ ବୈଚିତ୍ର୍ୟର ରହସ୍ୟ ମୁଁ ବାପାଙ୍କୁ ପଚାରିଲି । ବାପା ମୋତେ ତାଙ୍କ ଗୁରୁ ପ୍ରଫେସର କାହ୍ନୁଚରଣ ମିଶ୍ରଙ୍କ ନିକଟକୁ ଯିବାକୁ କହିଲେ ଏବଂ ପତ୍ର ମାଧ୍ୟମରେ ଅନୁରୋଧ କଲେ ।
ପ୍ରଫେସର କାହ୍ନୁଚରଣ ମିଶ୍ର ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ । ସେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା, ଇତିହାସ ଓ ତତ୍ତ୍ୱ ଉପରେ ଗବେଷଣା କରିଥିଲେ । ମୁଁ ତାଙ୍କ ନିକଟରୁ ଶ୍ରୀଜଗନ୍ନାଥ ତତ୍ତ୍ୱ ପ୍ରଥମେ ଶିକ୍ଷା କଲି । ଶ୍ରୀଜଗନ୍ନାଥଙ୍କ ସଂପର୍କରେ ତାଙ୍କ ସନ୍ଦର୍ଭଟି ପାଠ କରି ମୁଁ ବିସ୍ମୟାଭିଭୂତ ହୋଇଗଲି । ମୁଁ ଅନୁଭବ କଲି ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଅଚିନ୍ତ୍ୟ, ଅବ୍ୟକ୍ତ ଓ ରହସ୍ୟମୟ । କେତେ କେତେ ଜ୍ଞାନୀ, ଗୁଣୀ, ଭକ୍ତ, ତତ୍ତ୍ୱଦର୍ଶୀ, ସିଦ୍ଧ, ସାଧକ, ପଣ୍ଡିତ, ଗବେଷକ ଓ ଦାର୍ଶନିକ ତାଙ୍କ ସଂପର୍କରେ ଅନୁଧ୍ୟାନ, ଅନୁଶୀଳନ ଓ ଅନୁସନ୍ଧାନ କରିଥିଲେ ହେଁ ସେ ଅଧିକରୁ ଅଧିକ ଦୁର୍ବୋଧ୍ୟ ଓ ରହସ୍ୟାଚ୍ଛନ୍ନ ହୋଇଯାଇଛନ୍ତି । ପ୍ରଫେସର ମିଶ୍ର ମୋତେ ପୁରୁଷୋତ୍ତମ ମହାତ୍ମ୍ୟ, ବାମଦେବ ସଂହିତା, ସୂତ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ପ୍ରଭୃତିକୁ ପାଠ କରିବାକୁ ନିଦେ୍ର୍ଦଶ ଦେଲେ । ସେ ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଉପାସନାର ଉନ୍ମେଷ ଓ ବିକାଶର ଧାରା ସଂପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ତାଙ୍କ କହିଥିବା ପ୍ରସଙ୍ଗକୁ ମୂଳସୂତ୍ର ଭାବରେ ଧରି ଅଧିକ ତତ୍ତ୍ୱ ଅନୁସନ୍ଧାନ କରିପାରିଥିଲି ।
ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ନିକଟରେ ମୁଁ ଶ୍ରୀ ଜଗନ୍ନାଥ ତତ୍ତ୍ୱ ଶିକ୍ଷାକଲି ସେ ସେତେବେଳେ ‘ଖବଦ୍ଭୟ କ୍ଟଲ ଠସଗ୍ଦଦ୍ଭଙ୍କ’ ଓ ‘ଶ୍ରୀ ଜଗନ୍ନାଥତତ୍ତ୍ୱ’ ଗ୍ରନ୍ଥ ରଚନା କରୁଥିଲେ । ତାଙ୍କ ଠାରୁ ମୁଁ ବହୁ ତତ୍ତ୍ୱ ଓ ତଥ୍ୟ ପାଇଲି । ସେ ଜଗନ୍ନାଥଙ୍କୁ ବ୍ରାହ୍ମଣ୍ୟ ଧର୍ମର ଦେବତା ବୋଲି ବିଚାର କରନ୍ତି । ବୋ÷ଦ୍ଧ ମତବାଦୀଙ୍କର ସକଳ ମତକୁ ସେ ଯୁକ୍ତିରେ ଖଣ୍ଡନ କରିଛନ୍ତି । ପୁରାଣ ଓ ଶିଳାଲେଖ ପ୍ରଭୃତିର ଉପାଦେୟ ତଥ୍ୟକୁ ଆଧାର କରି ସେ ମୋତେ ବୁଝାଇଥିଲେ ଯେ ଜଗନ୍ନାଥ ହେଉଛନ୍ତି ବ୍ରାହ୍ମଣ୍ୟ ଦେବତା । ତାଙ୍କର ଏହି ମଠ ମନମୋହନ ଗାଙ୍ଗୁଲି, ଗବେଷକ ପିଟରସନ, ପ୍ରଭାତ ମୁଖାର୍ଜୀ, ପଣ୍ଡିତ ସଦାଶିବ ମିଶ୍ର ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ପ୍ରଭୃତିଙ୍କ ଦ୍ୱାରା ସମର୍ଥିତ । ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ, କେଦାରନାଥ ମହାପାତ୍ର ଓ ପଣ୍ଡିତ ବିନାୟକ ମିଶ୍ର ପ୍ରଭୃତି ଶ୍ରୀଜଗନ୍ନାଥଙ୍କୁ ଜୈନ ଦେବତା ଭାବରେ ବିଚାର କରିଥିଲେ । ପ୍ରଫେସର ଗୋପୀନାଥ ମହାପାତ୍ର ସେମାନଙ୍କର ମତକୁ ସରଳ ଯୁକ୍ତିରେ ଖଣ୍ଡନ ପୂର୍ବକ ମୋତେ ବୁଝାଇଥିଲେ । ଡକ୍ଟର ବେଶୀମାଧବ ପାଢୀ ସ୍ୱରଚିତ ‘ଦାରୁଦେବତା’ ଗ୍ରନ୍ଥର ଷଷ୍ଠ ପ୍ରକାଶରେ ଦାରୁଦେବତାଙ୍କ ଉପରେ ଜୈନ ପ୍ରଭାବ ସଂପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ ହେଁ ଜଗନ୍ନାଥଙ୍କୁ ଶବର ଦେବତା ବୋଲି ପ୍ରମାଣ କରିଛନ୍ତି । ପ୍ରଫେସର ଗୋପୀନାଥ ମହାପାତ୍ର ମୋତେ ବୁଝାଇ ଦେଲେ ଯେ ଡକ୍ଟର ବେଣୀମାଧବ ପାଢୀ ନିଜ ମତରେ ଦୃଢ ନୁହନ୍ତି । ମନୀଷୀ ନୀଳକଣ୍ଠ ଦାଶ ଜୈନମତବାଦୀ ହେଲେ ହେଁ ପ୍ରାଚୀନ ବେବିଲୋନ ସଭ୍ୟତା କାଳରୁ ଜଗନ୍ନାଥଙ୍କ ଅସ୍ତିତ୍ୱ ରହିଥିଲା ବୋଲି ମତ ଦେଇ ପ୍ରକାରାନ୍ତରେ ଶବର ମତକୁ ସ୍ୱୀକାର କରିଛନ୍ତି । ଡକ୍ଟର ଗୋପୀନାଥ ମହାପାତ୍ର ମୋତେ ଡକ୍ଟର ହରେକୃଷ୍ଣ ମହତାବଙ୍କ ବୋ÷ଦ୍ଧ ମତର ଅସାର ଯୁକ୍ତି କହିଥିଲେ । ବୋ÷ଦ୍ଧ ମତବାଦୀଗଣ କିପରି କିମ୍ବଦନ୍ତୀ, ଲୋକକଥା ଓ ଜାତକଗଳ୍ପ ପ୍ରଭୃତିକୁ ଆଧାର କରି ଅନେକ କିମ୍ବୁତ କିମ୍ଭାକାର କପୋଳକଳ୍ପିତ ତଥ୍ୟ ଅବତାରଣା କରିଛନ୍ତି ତାହା ପ୍ରଫେସର ମହାପାତ୍ର ମୋତେ କହିଥିଲେ ।
ସୂଚନାଯୋଗ୍ୟ ଯେ, ମୁଁ ଯେତେବେଳେ ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ନିକଟରେ ଶ୍ରୀଜଗନ୍ନାଥ ତତ୍ତ୍ୱ ଶିକ୍ଷା କରୁଥିଲି ସେତେବେଳେ ଏସ୍ ମାନ୍, ହରମାନ କୁଲକେ, ଷ୍ଟିଟେନ୍କ୍ରୋନ୍ ଓ ଗୟାଚରଣ ତ୍ରିପାଠୀ ପ୍ରଭୃତି ଶ୍ରୀଜଗନ୍ନାଥ ଉପାସନାର ଉନ୍ମେଷ ଓ ବିକାଶ ଉପରେ ଗବେଷଣା କରୁଥିଲେ । ସେମାନଙ୍କୁ ପୁରୀର ଜଣେ ପଣ୍ଡିତ ଗୋଟିଏ ପୋଥି ପାଣି ଦେଲେ ଏବଂ ସେହି ପୋଥିଟି କୋଣାର୍କ ମନ୍ଦିର ନିର୍ମାଣର ମୁଖ୍ୟ ସ୍ଥପତି ସଦାଶିବ ସାମନ୍ତରାୟ (ଶିବେଇ ସାଆନ୍ତରା)ଙ୍କର ସ୍ୱହସ୍ତ ଲିଖିତ ପୋଥି ବୋଲି କହିଲେ । ମୁଁ ସେଠାରେ ଉପସ୍ଥିତ ଥିଲି । ମୋ ମନରେ ସନେ୍ଦହ ଜାତ ହେଲା ଯେ, ଶିବେଇ ସାନ୍ତରା ତ ତ୍ରୟୋଦଶ ଶତାବ୍ଦୀର ବ୍ୟକ୍ତି । ସେହି ସମୟରେ ଓଡ଼ିଆ ଲିପି ପୂର୍ଣ୍ଣ ବିକଶିତ ହୋଇନଥିଲା ଏବଂ ତ୍ରୟୋଦଶ ଶତାବ୍ଦୀର ଓଡିଆ ଲିପିକୁ ଲିପିତତ୍ତ୍ୱବିତ୍ ପ୍ରତ୍ନଓଡ଼ିଆ ଲିପି କହିଛନ୍ତି । ସେତେବେଳେ ପ୍ରାଞ୍ଜଳ ଓଡ଼ିଆ ଲିପିରେ ଲିଖିତ ପୋଥି କିପରି ଶିବେଇ ସାନ୍ତରା ଲେଖିଲେ । ଯଦି ପୋଥିଟି ଶିବେଇ ସାନ୍ତରାଙ୍କ ସ୍ୱହସ୍ତ ଲିଖିତ ତେବେ ଛଅ ଶହ ବର୍ଷରୁ ଊଦ୍ଧ୍ୱର୍ ବର୍ଷ ଧରି ପୋଥିଟି କେମିତି ଅକ୍ଷୁଣ୍ଣ ରହିଛି । ମୁଁ ପିଲା ବୋଲି ଭାବି ଗବେଷକମାନେ ମୋ କଥାକୁ ଗୁରୁତ୍ୱ ଦେଲେ ନାହିଁ । ଏହି ପ୍ରସଙ୍ଗ ମୁଁ ପ୍ରଫେସର ଗୋପୀନାଥ ମହାପାତ୍ର ଓ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ କହିଲି । ସେମାନେ ସେହି ପୋଥିକୁ ବିରୋଧ କଲେ । ମୁଁ ଅନୁଭବ କଲି ଯେ କିଛି ଅନଭିଜ୍ଞ ବ୍ୟକ୍ତି ପଣ୍ଡିତ ବୋଲାଇ ଗବେଷଣାକୁ ଦିଗଭ୍ରଷ୍ଟ କରୁଛନ୍ତି । ମୋର ହୃଦ୍ବୋଧ ହେଲା ଯେ ବିଭିନ୍ନ ମତବାଦୀ ଶ୍ରୀଜଗନ୍ନାଥଙ୍କୁ ଆପଣା ଗୋଷ୍ଠୀର ଦେବତା ବୋଲି ପ୍ରମାଣ କରିବାର ପ୍ରୟାସ କରିଥିଲେ ହେଁ ସେ କୋ÷ଣସି ଗୋଟିଏ ଗୋଷ୍ଠୀର ସୀମା ସରହଦରେ ଆବଦ୍ଧ ନହୋଇ ଜଗତରନାଥ ବା ଜଗନ୍ନାଥ ନାମରେ ମହିମାବନ୍ତ ହୋଇଛନ୍ତି । ପ୍ରଫେସର ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ, ପ୍ରଫେସର ପଣ୍ଡିତ କୁଳମଣି ମିଶ୍ର ଓ ପଣ୍ଡିତ ସଦାଶିବ ବାହିନୀପତି ମୋତେ ଶ୍ରୀ ଜଗନ୍ନାଥଙ୍କ ଧର୍ମ ଓ ଦର୍ଶନ ଉପରେ ଶିକ୍ଷା ଦେଲେ । ସେମାନେ ଷଟ୍ ଦର୍ଶନ, ଜୈନଦର୍ଶନ, ବୋ÷ଦ୍ଧଦର୍ଶନ ଓ ଚାର୍ବାକ ଦର୍ଶନର ଦୃଷ୍ଟିରେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବହୁ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଓ ତଥ୍ୟ ମୋତେ କହିଥିଲେ ଯାହା ଆଜି ପର୍ଯ୍ୟନ୍ତ ମୋ ହୃଦୟରେ ଛାପି ହୋଇ ରହିଛି । ଏତଦ୍ଭିନ୍ନ ସେମାନେ ବିଭିନ୍ନ ବୈଷ୍ଣବ ଦର୍ଶନ ଓ ତନ୍ତ୍ର ଦର୍ଶନ କିପରି ଶ୍ରୀଜଗନ୍ନାଥଙ୍କ ଉପରେ ଆରୋପିତ କରାଯାଇଛି ତାହା ଦର୍ଶାଇଥିଲେ । ଏତଦ୍ଭିନ୍ନ ସେମାନେ ମୋତେ ଶ୍ରୀଜଗନ୍ନାଥ ନାମରେ ଐତିହ୍ୟ, ରତ୍ନ ସିଂହାସନରେ ସପ୍ତଧାମୂର୍ତ୍ତି, ବେଦର ପୁରୁଷୋତ୍ତମତତ୍ତ୍ୱ ଓ ଶ୍ରୀଜଗନ୍ନାଥ, ଉପନିଷଦୀୟ ବିଚାରରେ ଶ୍ରୀଜଗନ୍ନାଥ, ଗୀତା ବିବେଚନରେ ଶ୍ରୀଜଗନ୍ନାଥ, ମହାଭାରତ ଓ ରାମାୟଣରେ ଶ୍ରୀଜଗନ୍ନାଥ, ଅଷ୍ଟାଦଶ ପୁରାଣରେ ଶ୍ରୀଜଗନ୍ନାଥ, ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ, ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ, ମଧ୍ୱାଚାର୍ଯ୍ୟଙ୍କ ମତରେ ଶ୍ରୀଜଗନ୍ନାଥ, ନିମ୍ବାକାଚାର୍ଯ୍ୟଙ୍କ ମତରେ ଶ୍ରୀଜଗନ୍ନାଥ, ବଲ୍ଲଭାଚାର୍ଯ୍ୟଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ, ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ, ଯୋଗୀମାନଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ, ରାମାନନ୍ଦଙ୍କ ମତରେ ଶ୍ରୀଜଗନ୍ନାଥ, କବୀରଙ୍କ ଦୃଷ୍ଟିରେ ଶ୍ରୀ ଜଗନ୍ନାଥ, ପାଶୁପତ ମତରେ ଶ୍ରୀଜଗନ୍ନାଥ, କୋ÷ଳପନ୍ଥୀଙ୍କ ଦୃଷ୍ଟିରେ ଶ୍ରୀ ଜଗନ୍ନାଥ ଏବଂ ଉକ୍ରଳୀୟ ବୈଷ୍ଣବଙ୍କ ମତରେ ଶ୍ରୀଜଗନ୍ନାଥ ପ୍ରଭୃତି ତତ୍ତ୍ୱ ଓ ଦର୍ଶନ ପ୍ରାଞ୍ଜଳ ବୁଝାଇଥିଲେ ।
ମହାମହୋପାଧ୍ୟାୟ ହରିହର ମହାପାତ୍ର, ଅଧ୍ୟାପକ ଗୋ÷ରୀକୁମାର ବ୍ରହ୍ମା, ପଣ୍ଡିତ ଦ୍ୱାରକାନାଥ ପାଟ୍ଟଯୋଶୀ, ଡକ୍ଟର ସତ୍ୟନାରାୟରଣ ରାଜଗୁରୁ ଓ ପଣ୍ଡିତ କାଶୀନାଥ କର ପ୍ରଭୃତି ମୋତେ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ବେଶର ରହସ୍ୟ, ବାରମାସରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଯାତ୍ରା ଓ ପର୍ବପର୍ବାଣି, ନିତ୍ୟନୈମିତ୍ତିକ ପୂଜା ପରମ୍ପରା ଶ୍ରୀ ଜଗନ୍ନାଥଙ୍କ ଐଶ୍ୱର୍ଯ୍ୟ ଲୀଳା ଓ ମାଧୁର୍ଯ୍ୟ ଲୀଳା, ଛପନଭୋଗ, ତିନିଧୂପ ଓ ପାଞ୍ଚ ଅବକାଶ, ସ୍ନାନଯାତ୍ରା, ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ମନ୍ଦିର ଲୀଳା, ଚନ୍ଦନ ଓ ଦୋଳଯାତ୍ରା, ମହାପ୍ରସାଦ ମହାତ୍ମ୍ୟ, ନବକେଳବର ତଥା ଏହାର ଶାସ୍ତ୍ରୀୟ ଭିତ୍ତିଭୂମି ଓ ଦାର୍ଶନିକ ବିଚାର, ବନଯାଗ ଯାତ୍ରା, ଦାରୁନିରୂପଣ, ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ, ଯଜ୍ଞ ଓ ପ୍ରାଣ ପ୍ରତିଷ୍ଠା, ନବନିର୍ମିତ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ, ରଥନିର୍ମାଣ, ରଥାବରଣ ରହସ୍ୟ, ନବକଳେବର ବୈଦିକ ବିଧି ଓ ତାନ୍ତ୍ରିକ ବିଧି, ନୃସିଂହ ଉପାସନାର ରହସ୍ୟ, ଶଙ୍କରାଚାର୍ଯ୍ୟଙ୍କ ଭୂମିକା, ବିଶ୍ୱକର୍ମା ଓ ମହାରଣାଙ୍କ ସେବା, ନବକଳେବରର ଇତିହାସ, ତ୍ରିରଥ ରହସ୍ୟ, ପଞ୍ଚତୀର୍ଥ ରହସ୍ୟ, ଲକ୍ଷ୍ମୀ ନାରାୟଣ ଉପାସନା, ଦୁର୍ଗାମାଧବ ଉପାସନା, ଶାକ୍ତ ଗୁଣ୍ଡିଚା, ଶ୍ରୀଜଗନ୍ନାଥ ତତ୍ତ୍ୱ, ଶ୍ରୀବଳଭଦ୍ର ତତ୍ତ୍ୱ , ଶ୍ରୀ ସୁଭଦ୍ରା ତତ୍ତ୍ୱ, ଶ୍ରୀ ସୁଦର୍ଶନ ତତ୍ତ୍ୱ, ଅର୍ଦ୍ଧାସିନୀ ରହସ୍ୟ, ଶ୍ରୀମନ୍ଦିର ପରିସରରେ ଦେବଦେବୀ, ଶଙ୍ଖକ୍ଷେତ୍ର ରହସ୍ୟ, ମର୍ତ୍ତ୍ୟ ବୈକୁଣ୍ଠ ରହସ୍ୟ, ରହସ୍ୟମୟ ଦାରୁବ୍ରହ୍ମ ଓ ପରଂବ୍ରହ୍ମଙ୍କ ଦାରବୀ ଲୀଳା ପ୍ରଭୃତି ବହୁ ଅଜ୍ଞାତ ତଥ୍ୟ ଓ ତତ୍ତ୍ୱ ଶିକ୍ଷା ଦେଇଥିଲେ । ସେମାନଙ୍କ ନିଦେ୍ର୍ଦଶରେ ମୁଁ ପୁରୁଷୋତ୍ତମ ଜଗନ୍ନାଥଙ୍କ ରୂପ, ନାମÿ, ଧାମ, ଲୀଳା ଓ ତତ୍ତ୍ୱ ସଂପର୍କରେ ଜାଣିବା ନିମିତ୍ତ ବହୁ ଶାସ୍ତ୍ର ଅଧ୍ୟୟନ କଲି । ବିଶେଷତଃ ସ୍କନ୍ଦପୁରାଣର ପୁରୁଷୋତ୍ତମ ମହାତ୍ମ୍ୟ, ବ୍ରହ୍ମପୁରାଣ, ପଦ୍ମପୁରାଣ, ବିଷ୍ଣୁପୁରାଣ, ବାମନ ପୁରାଣ, ଭବିଷ୍ୟ ପୁରାଣ, ମତ୍ସ୍ୟ ପୁରାଣ, ସୂତସଂହିତା, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ, ସାରଳା ମହାଭାରତ, ଦାଣ୍ଡି ରାମାୟଣ, ଶ୍ରୀଜଗନ୍ନାଥ ତତ୍ତ୍ୱ, ଖବଦ୍ଭୟ କ୍ଟଲ ଙ୍ଖସଗ୍ଦଦ୍ଭଙ୍କ, ଠବସଗ୍ଦଦ୍ଭବଭସଗ୍ଦଜ୍ଞ ସଦ୍ଭ ଙକ୍ସସଗ୍ଦଗ୍ଦବ, ଞଷର ଐସଗ୍ଦଗ୍ଧକ୍ଟକ୍ସଚ୍ଚ ବଦ୍ଭୟ ଉଙ୍କକ୍ଷଗ୍ଧଙ୍କକ୍ସର କ୍ଟଲ ଓଦ୍ଭୟସବଦ୍ଭ ଚରକ୍ଟକ୍ଟ୍ରକ୍ଷର, ଦାରୁଦେବତା, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ସତ୍ୱଲିପି, ବଂଶୀଧର ମହାନ୍ତିଙ୍କ ରଚିତ ମର୍ତ୍ତ୍ୟ ବୈକୁଣ୍ଠ , ଲକ୍ଷ୍ମୀପୁରାଣ, ଇନ୍ଦ୍ରନୀଳମଣି ପୁରାଣ, ନାରଦୀୟ ସଂହିତା, ଲକ୍ଷ୍ମୀତନ୍ତ୍ର, ଉଡ୍ଡୀଶ ତନ୍ତ୍ର, ଅହିର୍ବୁଧ୍ୟ ସଂହିତା, ଈଶ୍ୱର ସଂହିତା, ଜୟାଖ୍ୟ ସଂହିତା, ନାରଦ ପାଞ୍ଚରାତ୍ର, ଭାଗସମୁଦ୍ର, ରୁଦ୍ରଯାପନ, ତନ୍ତ୍ରଯାମଳ, କପିଳ ସଂହିତା, ଜଗନ୍ନାଥ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ଓ ତତ୍ତ୍ୱ, ମାଦଳାପାଞ୍ଜି, ବିଭିନ୍ନ ଶିଳାଲେଖ ତାପସ ପତ୍ର ଏବଂ ବିଶିଷ୍ଟ ବିଦ୍ୱାନଙ୍କ ଅଗଣିତ ପ୍ରବନ୍ଧରୁ ମୁଁ ତଥ୍ୟ ଓ ତତ୍ତ୍ୱ ପାଇଛି । ଶ୍ରୀଜଗନ୍ନାଥ ତତ୍ତ୍ୱ ଅଧ୍ୟୟନ, ଅସୁନ୍ଧାନ ଓ ଅନୁଶୀଳନରୁ ମୁଁ ଦିବ୍ୟ ଚେତନା ଲାଭ କଲି ଯେ ଶ୍ରୀଜଗନ୍ନାଥଙ୍କ ଦାରବୀଲୀଳା ହେଉଛି ତାଙ୍କର ସ୍ୱୟଂ ଲୀଳା । ତାଙ୍କ ଦାରବୀ ଲୀଳାର ମହତ୍ ଉଦେ୍ଦଶ୍ୟ ହେଉଛି ‘ସର୍ବେଷାଂ ପାବନଂ ମହତ୍’ । ଶ୍ରୀଜଗନ୍ନାଥ ଚେତନା ହୃଦୟରେ ଜାତ ହେଲେ ଭାବ ମହାଭାବରେ ରୂପାନ୍ତରିତ ହୁଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସୂକ୍ଷ୍ମତମ ଅଦୃଶ୍ୟ ବ୍ରହ୍ମଙ୍କର ଏକ ସ୍ଥୂଳ ତଥା ଦୃଶ୍ୟମାନ ପରିପ୍ରକାଶ । ସେ ହେଉଛନ୍ତି ଦାରୁ ଓ ବ୍ରହ୍ମଙ୍କର ଅପୂର୍ବ ସମନ୍ୱୟ ଅର୍ଥାତ୍ ନଶ୍ୱର ଓ ଈଶ୍ୱରଙ୍କର ସମ୍ମିଳିତ ସ୍ୱରୂପ । ବିଶ୍ୱର ସକଳ ଦେବଦେବୀ ଦିବ୍ୟଭାବ ସଂପନ୍ନ ଦେବତା ରୂପେ ପୂଜା ପାଉଥିଲେ ହେଁ ଦାରୁବ୍ରହ୍ମ ଲୋ÷କିକ ଭାବ ପ୍ରକାଶକ ଦେବତା ସ୍ୱରୂପରେ ନୀଳାଚଳଧାମରେ ଦିବ୍ୟଲୀଳା ସଂରଚବ କରିଛନ୍ତି । ତାଙ୍କ ଦର୍ଶନରେ ସ୍ୱର୍ଗୀୟତା ନାହିଁ, ଉପାସନାରେ ଶାସ୍ତ୍ରୀୟତା ନାହିଁ ଏବଂ ଧ୍ୟାନରେ ବୈଭୂତିକ ଚିନ୍ତା ନାହିଁ । ସେ ନଶ୍ୱର କ୍ଷୟଶୀଳ ଦାରୁରୂପରେ ମାନବୀୟ ଚେତନାରେ ପୂଜିତ, ଅଥଚ ତାଙ୍କ ଦାରୁଶରୀରାଭ୍ୟନ୍ତରରେ ରହିଛି ଗୋପନୀୟ ଜ୍ଞାନଗମ୍ୟ ଅନିର୍ବଚନୀୟ ବ୍ରହ୍ମ । ଶରୀର ଜରାଜୀର୍ଣ୍ଣ ହୋଇଗଲେ ଆତ୍ମା ଯେପରି ନୂତନ ଶରୀର ଗ୍ରହଣ କରିଥାଏ, ସେହିପରି ଦାରୁବ୍ରହ୍ମ କାଳ ବ୍ୟବଧାନରେ ଦାରୁଶରୀର ପରିତ୍ୟାଗ କରି ନୂତନ ଦାରୁଶରୀର ଗ୍ରହଣ କରିଥାନ୍ତି । ମହନୀୟତା ହେଉଛି, ସେ ସ୍ୱକୀୟ ଦାରୁବ୍ରହ୍ମ ଲୀଳାରେ ବାହୁପ୍ରସାରି ସଭିଙ୍କୁ ଆପଣାର କରି ନେଉଛନ୍ତି । ସେଠାରେ ‘ମୁଁ ମୋର, ତୁ ତୋର ଭାବ ନାହିଁ, ‘ମୁଁ ତୋର ଓ ତୁ ମୋର’ ଏହି ମହାଭାବ ଉଦୟ ହୋଇ ମାୟା ଅନ୍ତର୍ହିତ ହୋଇଯାଇଛି ।
ଆନନ୍ଦନଗର, କାଠଗଡ଼ା
ଢେଙ୍କାନାଳ
ମୋ-୮୮୯୫୨୩୦୭୨୨