ଶ୍ରୀଜଗନ୍ନାଥ ବିଶ୍ୱ ଭ୍ରାତୃତ୍ୱ ପରିବାର ସେବା ସଂଘର  ପ୍ରତିଷ୍ଠା ଦିବସ 

  ସାଲେପୁର:  ଶ୍ରୀଜଗନ୍ନାଥ ବିଶ୍ୱ ଭ୍ରାତୃତ୍ୱ ପରିବାର ସେବା ସଂଘର ୨୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବ୍ରହ୍ମା ଗୋସାଇଁଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂସ୍ଥାପକ ତଥା ସଭାପତି ପ୍ରାଧ୍ୟାପକ ବିପିନ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତ୍ରିଦିବସୀୟ ଆଧ୍ୟାତ୍ମିକ ସମାରୋହର ଉଦ୍ଘାଟକ ଭାବେ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ସ୍ୱାମୀ ଗୁରୁକୃପା ବ୍ରହ୍ମ ଅବଧୂତ ସୁକାନ୍ତ ଦାସଜୀ ମହାରାଜ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ବିଶିଷ୍ଟ ଅତିଥି ଭାବେ ଆଇନ୍ଜୀବୀ ସୁରେଶ କୁମାର ପଣ୍ଡା, ସାଲେପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ହଳଧର ସାହୁ, ବାଗ୍ମୀ ଡଃ ପ୍ରସନ୍ନ କୁମାର ମହାପାତ୍ର, ବିଷ୍ଣୁଚରଣ ମିଶ୍ର, ସାହିତି୍ୟକ ଅଲେଖ ଚନ୍ଦ୍ର ପଢ଼ିହାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମାଗୋସାଇଁଙ୍କ ପୀଠରେ ଥିବା ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ, ମା’ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ପୁଷ୍ୟାଭିଷେକ କରାଯାଇଥିବାବେଳେ ରାହାସ, ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଚୁ୍ୟତ ସେନା ସଂପାଦକ ବିନୟ କୁମାର ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ ।