ବଡ଼ ଘୋଷଣା : ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର

cyclone update

ବଡ଼ ଘୋଷଣା : ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର

ଭୁବନେଶ୍ୱର : ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗି ଯାଇଥିବ ସେମାନଙ୍କୁ ପକ୍କା ଘର ମିଳିବ  । ସେହିପରି ୭ ଦିନ ଭିତରେ ଫସଲ ଓ ଅନ୍ୟ କ୍ଷୟକ୍ଷତି ଆକଳନ କରାଯିବ  । ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି  । ଆସନ୍ତାକାଲି ଏରିୟଲ ସର୍ଭେ ମାଧ୍ୟମରେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି  । କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରିବାର ଥିବାରୁ ୨୬ ଓ ୨୭ ତାରିଖ ପାଇଁ ସେମାନଙ୍କ ଛୁଟି ବାତିଲ୍‌ କରାଯାଇଛି  । ୨୪ ଘଣ୍ଟା ମଧ୍ୟରେ ରାସ୍ତା ସଫା କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି  ।