ଶ୍ରେଷ୍ଠ ପ୍ରଦର୍ଶିତ ଥାନା ଅଧିକାରୀ ଭାବେ ରମାକାନ୍ତ ସାହୁ ପୁରସ୍କୃତ
ବଲାଙ୍ଗୀର: ଉଲ୍ଲେଖନୀୟ ସେବା ଏବଂ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରେକେଲା ଥାନା ଓଆଇସି ରମାକାନ୍ତ ସାହୁଙ୍କୁ ଶ୍ରେଷ୍ଠ ପ୍ରଦର୍ଶିତ ଥାନାଧିକାରୀ ଭାବେ ପୁରସ୍କୃତ କରାଯାଇଛି । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପ୍ରାଙ୍ଗଣରେ ଭାରତରନô ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ସହ ଜିଲ୍ଲାସ୍ତରୀୟ ସୁଶାନ ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶ୍ରୀ ସାହୁଙ୍କୁ ଶ୍ରେଷ୍ଠ ପ୍ରଦର୍ଶିତ ଥାନାଧିକାରୀ ଭାବେ ପୁରସ୍କୃତ କରିଛନ୍ତି । ଅଞ୍ଚଳକୁ ନକ୍ସଲାଇଟରୁ ମୁକ୍ତ କରିବା, କଫସିରପ୍ ଚୋରା ଚାଲାଣ ରୋକିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ମାମଲା ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଶ୍ରୀ ସାହୁ । ଯାହା ବଲାଙ୍ଗିର ଜିଲ୍ଲା ସହ ତୁରେକେଲା ପୋଲିସ ପାଇଁ ସମ୍ମାନ ଏବଂ ଗୌରବ ଆଣିଛି । ଶ୍ରୀ ସାହୁ ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଧିକାରୀ ଅଟନ୍ତି । ତେବେ ଶ୍ରୀ ସାହୁଙ୍କ ଦାୟିତ୍ୱବଦ୍ଧତା ଓ ଉତ୍ତମସେବା କାର୍ଯ୍ୟ ପାଇଁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।