ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ 

  ବଲାଙ୍ଗିର  : କେନ୍ଦ୍ର ସରକାରଙ୍କ ‘ମେରା ଯୁବା ଭାରତ’ ଓ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲିର ଆନୁକୂଲ୍ୟରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଗୋ÷÷ନ୍ତିଆବୁଢା ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ଗୋ÷÷ନ୍ତିଆବୁଢା ବିଦ୍ୟାପୀଠ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋକୁଳ କୁଅଁର, ଅନୁଷ୍ଠାନର ସଂପାଦକ ନବୀନ କିଶୋର ବେହେରା, ସାଧନ କର୍ମୀ ଦିଲ୍ଲୀପ କୁମାର ଦୀପ, ଲକ୍ଷ୍ମଣ ପାତ୍ର, ସରୋଜ ଥାଟି ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ । ଯଦୁମଣି ବାରିକ, ପାଲାକାର ଅମାତ, ବାବଲୁ ଦୋରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।