ବାଲିଯାତ୍ରା ଉଦ୍ୟାପିତ
କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ରାଜଡ଼ା ପଞ୍ଚାୟତର ରାଜଡ଼ାରେ ଐତିହାସିକ କୃଷିଭିଭିକ ପର୍ବ ବାଲିଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ୧୦ବର୍ଷ ପରେ ୩ମାସ ଧରି ଚାଲିଥିବା ଏହି ଏତିହାସିକ ବାଲିଯାତ୍ରାର ପ୍ରଥମ ଦିନ ଅପରାହ୍ନରେ ଶତାଧକ ଶ୍ରଦ୍ଧାଳୁ ବାଲି ଛାମୁଡାଠାରୁ ମୁଣ୍ଡରେ ବାଲି ଚାଙ୍ଗୁଡି, ଶିରା ପୂଜାରୀ, ଲାଠି, କୂର୍ଚÿି, ବାଜା ବାଜଣା ସହ ବାହାରି ବାଲିଭଟ୍ଟାଠାରେ ପହଞ୍ଚିଥିଲେ । ସେଠାରେ ଶ୍ରୀ ଧାଙ୍ଗଡା ଭିମା ଦେବ ଓ କନ୍ଦନୀ ଦେବୀଙ୍କ ନିକଟେ ଗ୍ରାମର ମଙ୍ଗଳ କାମନା ସହ କୃଷିର ଉନ୍ନତି ସମେତ ଭଲ ବର୍ଷା ନିମନ୍ତେ ନଡିଆ ଧୂପ ଦୀପ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଗ୍ରାମର ସମସ୍ତ ସ୍ଥାନୀୟ ଏକ ପୋଖରୀ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ଭୀମା ଓ କନ୍ଦନୀ ଦେବତା ପ୍ରତିମୂର୍ତ୍ତି ଖୋଜି ବାହାର କରିଥିଲେ । ଦ୍ୱିତୀୟ ଦିନରେ ସମସ୍ତ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ବାଲିକଟା ପର୍ବପାଳନ କରାଯିବ ବୋଲି ବାଲିଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବାଲିଯାତ୍ରା କମିଟି ଏହାକୁ ତଦାରକ କରିଥିଲେ । ମନୋରଞ୍ଜନ ପାଇଁ ଦେଶିଆ ନାଟକ ପରିବେଷଣ କରାଯାଇଥିଲା ।