ଅବିନାଶ ଆଶ୍ରମରେ ମହାପ୍ରୟାଣ ଦିବସ

 ପାଣିକୋଇଲି:  କୋରେଇ ବ୍ଳକ  ଗୋଳେଇପୁର ପଞ୍ଚାୟତ ଅନ୍ତର୍ଗତ ଗୋଳାପୋଖରୀ ଶୂନ୍ୟବ୍ରହ୍ମ ଅବିନାଶୀ ଆଶ୍ରମରେ ୫୫ ତମ ମହାପ୍ରୟାଣ ଦିବସ ପାଳିତ ହୋଇଛି । ଅବିନାଶୀ ଟ୍ରଷ୍ଟ କମିଟି ପକ୍ଷରୁ ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତୁ୍ୟଷରୁ ପତାକା ଉତ୍ତୋଳନ ପରେ ଯଜ୍ଞାରମ୍ଭ କରାଯାଇଥିଲା । ପରେ ନାମ ସଂକୀର୍ତ୍ତନ, ପ୍ରବଚନ ଓ ପସାଦ ସେବନ କରାଯିବା ସହ ଯଜ୍ଞର ପୂର୍ଣ୍ଣାହୂତି କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅଂଚଳର କାର୍ଯ୍ୟରତ ସମ୍ବାଦିକଙ୍କୁ  ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ମହେନ୍ଦ୍ର କୁମାର ନାୟକ, ଉପସଭାପତି ମନମୋହନ ପଣ୍ଡା, ସମ୍ପାଦକ ରାଘବ ଚନ୍ଦ୍ର ସାହୁ, ସହ ସମ୍ପାଦକ ନବଘନ ସାହୁ, କୋଷାଧ୍ୟକ୍ଷ ରଂଜନ କୁମାର ନାଥ କମିଟି ସଦସ୍ୟ ଗୋଲକ ସାହୁ, ଦୁର୍ଯେ୍ୟାଧନ ସାହୁ, ବୃନ୍ଦାବନ ମହାପାତ୍ର, ମକର କେତନ ମଲିକ, ଅନାଦି ଚରଣ ମଲିକ, ମଧୁସୂଦନ ମଲିକ, ରଘୁନାଥ ମଲିକ, କରୁଣାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।