ଓଡ଼ଖଣ୍ଡରେ ବାହୁଡ଼ା ଯାତ୍ରା

 ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମଣିଜଙ୍ଗ ଗ୍ରାମପଞ୍ଚାୟତର ଓଡ଼ଖଣ୍ଡ ଗ୍ରାମରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନବ ଦିନାତ୍ମକ ଯାତ୍ରାରେ ଆସିଥିବା ଜଗତକର୍ତ୍ତା ବ୍ରହ୍ମାଣ୍ଡ ଠାକୁର ଜନ୍ମବେଦିରେ ଲୀଳାଖେଳା ସାରି ରନôବେଦି ଅଭିମୁଖେ ବାହୁଡିÿଥିଲେ । ଆସ୍ଥା ଓ ବିଶ୍ୱାସର ଏହି ଦିବ୍ୟ ଯାତ୍ରାରେ ଅନେକ ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀମାନେ ସାମିଲ ହୋଇ ରଥ ଟାଣିଥିଲେ । ମନ୍ଦିରରେ ମଙ୍ଗଳ ଆଳତୀ ଓ ଅବକାଶ ନୀତିକାନ୍ତି ପରେ ପହଣ୍ଡି କରାଯାଇ ଘଣ୍ଟ, ଘଣ୍ଟା, ସଂକୀର୍ତ୍ତନରେ ମହାପ୍ରଭୁଙ୍କୁ ରଥକୁ ନିଆଯାଇଥିଲା ।  ଅପରାହ୍ନ ୪ଟାରେ ରଥଟଣା ହୋଇ ସନ୍ଧ୍ୟା ୭ଟା ବେଳେ ମନ୍ଦିରରେ ପହଞ୍ଚôଥିଲା । ଏହି ଅବସରରେ ଖେଚୁଡି ଭୋଗ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥିଲା । ପୂର୍ବତନ ବିଡ଼ିଓ ରାଜ କିଶୋର ମହାନ୍ତି ଛେରାପହଁରା କରିଥିଲେ । ଅମୀୟ କୁମାର ଦାଶ, ହୃଦୟନିଧି ମହାନ୍ତି, ରଞ୍ଜନ କୁମାର ମହାନ୍ତି, ଆଲୋକ ଦାଶ, ଦିଲୋକ ଦାଶ, ଅଜୟ କୁମାର ମହାନ୍ତି, କାଳନ୍ଦୀ ଭଟ୍ଟ, ଅନାମ ଭଟ୍ଟ, ବୁଟୁଲା ଭଟ୍ଟ, ବୁଲୁ ଦାଶ, ଲିପ୍ତିମୟୀ ମହାନ୍ତି, ଗୋପିନାଥ ଦାସ, ଯୋଗେନ୍ଦ୍ର ନାଥ ଦାସ, ରବି ଦାସ, ଅମୂଲ୍ୟ ଦାସ, ଦେବେନ୍ଦ୍ର ସୁତାରକାର୍ତ୍ତିକ ଦାସ, ଗୋଲଖ ଦାସ, ଶିବପ୍ରସାଦ ଦାସ, କାଳନ୍ଦୀ ଦାସ, ବିଜୟ ଦାସ, ବାବାଜି ଦାସ, ସାମ୍ବାଦିକ ଦିପ୍ତିରଞ୍ଜନ କାନୁନଗୋ, ଭଜହରି ଦାସ, ଗଜେନ୍ଦ୍ର ଦାସ, ଜିତୁନ ଦାସ, ଅଛୁତ ଦାସ, ମକର ଦାସ, ସରୋଜ ଭଟ୍ଟ, ଗୁରୁଚରଣ ସେଠୀ, ସର୍ବେଶ୍ୱର ନାୟକ, ଓଡ଼ଖଣ୍ଡ ଓ ଧାରିବିଲ୍ ଗ୍ରାମର ଗ୍ରାମବାସୀ ଓ ତ୍ରିନାଥ କମିଟିର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୁରକ୍ଷା ପାଇଁ ମାହାଳ ହାଟ ଥାନା ଅଧିକାରୀ ଅଜୟ କୁମାର ମହାନ୍ତି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ପରିଚାଳନା କରିଥିଲେ ।