କପାସି ମହାବୀର ପୀଠରେ ସମ୍ବର୍ଦ୍ଧନା ମହୋତ୍ସବ
ବିଞ୍ଝାରପୁର : କପାସିଛକ ନିକଟର୍ତ୍ତି ବହୁ ପ୍ରାଚୀନ ଓ ପୌରାଣିକ ମହାବୀର ପୀଠରେ ଆୟୋଜିତ ହନୁମାନ ମେଳା ଓ ରାମାଭିଷେକ ମହୋସôବ ଅବସରରେ ଅଖିଳଚକ୍ର ପକ୍ଷରୁ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷକ ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଅତିଥିଭାବେ ସମ୍ପାଦକ ହରେକୃଷ୍ଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡ.ଶ୍ରୀହରିଧଳ, ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ ଗୌରାଙ୍ଗ ସ୍ୱାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୀତାମ୍ବର ସ୍ୱାଇଁ, ସୁସଂଗଠକ ରବୀନ୍ଦ୍ର କୁମାର ପରିଡା ଅବସରପ୍ରାପ୍ତ ସବକଲେକ୍ଟର ପରିକ୍ଷୀତ ସେଠୀ ପ୍ରମୁଖ ଯୋଗ ଦେଇ ଏହି ମହାବୀର ପୀଠର ମହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଏହି ଅଞ୍ଚଳର ପ୍ରଧାନ ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ମିଶ୍ର, ସମାଜସେବୀ ନବ କିଶୋର ସାହୁ, ଅରୁଣ କୁମାର ସାମଲ, ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ, ଭକ୍ତ ଚତୁର୍ଭୁଜ ସ୍ୱାଇଁ, ସମାଜସେବୀ ନିମାଁଇ ଚରଣ ବେହେରା, ଶିକ୍ଷାବିତ ପ୍ରସନ୍ନ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ରାଉତ, ଅଶୋକ କୁମାର ମହାପାତ୍ର, ନାରାୟଣ ଚନ୍ଦ୍ର ରାଉତ ପ୍ରମୁଖଙ୍କୁ ଏହି ପୀଠର ବିକାଶରେ ସେମାନଙ୍କ ଅବଦାନ ପାଇଁ ଅଖିଳଚକ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ମାନଙ୍କ ମଧ୍ୟରୁ ବ୍ରହ୍ମାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ, ଶିକ୍ଷକ ଶରତ କୁମାର ପରିଡା ମାନପତ୍ର ପାଠ କରିଥିଲେ । ପୀଠର ମହାତ୍ମ୍ୟ ବୃଦ୍ଧି କରିଥିବା, ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପି, ବରିଷ୍ଠ ପୂଜକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।