ଯାତ୍ରୀବାହୀ ଅଟୋ ଓଲଟି ୬ ଆହତ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଖଣ୍ଡରା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି । ଦୁର୍ଘଟଣାରେ ୫ ଜଣ ମହିଳା ଓ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତମାନେ ହେଲେ ଦିଗପହଣ୍ଡି ଥାନା କରପଡା ଗ୍ରାମର ଜମ୍ଭୁ ନାୟକ, ସଞ୍ଜୁ ନାୟକ, ରଞ୍ଜିତା ନାୟକ, ବାରିକାଣୀ ନାୟକ, ରମ୍ଭା ନାୟକ ଓ କବି ନାୟକ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଜମ୍ଭୁଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀବାହୀ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।