ଅନିଶ୍ଚିତତାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ
ବେତନଟୀ : ଗ୍ରାମାଞ୍ଚଳରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ସରକାର ଯୋଜନା ପ୍ରସ୍ତୁତ କରୁଥିବାବେଳେ ଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନ ଆଣିବା ନିମନ୍ତେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବେତନଟୀ ବ୍ଲକ ଅଧୀନ କଳମା ପଞ୍ଚାୟତର ଗୋବିନ୍ଦରାୟପୁରରେ ପ୍ରତିଷ୍ଠା କରିବା ପାଇଁ ସରକାରୀସ୍ତରରେ ସିଦ୍ଧାନ୍ତ ନିଆଯାଇଥିଲା । ଗୋବିନ୍ଦରାୟପୁର ପ୍ରାଥମିକ ବିଦ୍ୟାଳୟରେ ଗାଇଡ୍ ଲାଇନ ଅନୁଯାୟୀ ସର୍ବାଧିକ ଛାତ୍ରଛାତ୍ରୀପାଠ ପଢୁଥିବା ବେଳେ ବିଶେଷ ଭାବେ ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲାଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି । ଉକ୍ତ ସମ୍ପ୍ରଦାୟର ପିଲାମାନେ ପାଠ ପଢିବା ନିମନ୍ତେ ୫ କି.ମି ମଧ୍ୟରେ ଏଭଳି ବିଦ୍ୟାଳୟ ନ ଥିବାରୁ ସେମାନଙ୍କ ପାଇଁ ଏହି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିଲେ ସେମାନଙ୍କ ପିଲାମାନେ ଏହି ବିଦ୍ୟାଳୟରେ ପାଠ ପଢିପାରିବେ ବୋଲି ଗୋବିନ୍ଦରାୟପୁର ଗ୍ରାମ ସମେତ ତାଳପଦା, ଭୁଡୁରୁବଣୀ, ଦାହିବାଡ଼ି, ପୁଡ଼ିବନ୍ଦ ଇତ୍ୟାଦି ଗ୍ରାମର ପିଲାମାନେ ଏହି ବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇପାରିବେ । ଗୋବିନ୍ଦରାୟପୁର ବିଦ୍ୟାଳୟରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିବ ବୋଲି ସରକାରୀ ଯୋଜନା ରେ ଚିଠି ନଂ ୪୦୦୧ ତାରିଖ୨.୪.୨୦୨୫ରେ ସ୍ୱୀକୃତି ପାଇସାରିଛି । ମାତ୍ର କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଏହି ବିଦ୍ୟାଳୟକୁ କଳମା ଠାରେ ପ୍ରତିଷ୍ଠା ହେବ ବୋଲି ୨୨.୪.୨୦୨୫ରେ ଚିଠି ନଂ ୪୭୬୩/ମଙ୍ଗ/୨୫ ହେବ ବୋଲି ସ୍ୱୀକୃତି ପାଇବାରୁ ଗୋବିନ୍ଦରାୟପୁର ସମେତ ଆଖପାଖ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିନିମନ୍ତେ ଗୋବିନ୍ଦରାୟପୁର ଗ୍ରାମରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନେଇ ଏକ ବୈଠକ ଗତ ରବିବାର ବସିଥିଲା । ସୋମବାର ଉକ୍ତ ଗ୍ରାମର ଗ୍ରାମବାସୀ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ଜିଦରେ ଅଟଳ ରହି ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ନେତୃତ୍ୱରେ ବେତନଟୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଗୋଷ୍ଠୀ ଶିକ୍ଷାଧିକାରୀ ବିପ୍ଳବ କରଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ବିଇଓଙ୍କୁ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲାପାଳ, ମୟୁରଭଞ୍ଜ, ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ, ରାଜ୍ୟ ପ୍ରକଳ୍ପ ର୍ନିେଶକ ଭୁବନେଶ୍ୱରଙ୍କୁ ସ୍ମାରକ ପତ୍ର ପଠାଇଥିବା ଜଣାଯାଇଛି । ଗୋବିନ୍ଦରାୟପୁର ଗ୍ରାମରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ନ ହେଲେ ସେମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେବା ସହିତ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଶେକ ଅବଦୁଲ ରସିଦ, ଶେକ ଆଜିମୁଦ୍ଦିନ, ୱାଦେଲ ଅଲି, କରୁଣାକର ଜେନା, ସେକ ରସିଦ, ଶେକ ମେଜବୁଲ ପ୍ରମୁଖ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଏହି ପ୍ରତିନିଧି ଦଳ ଏଡିଏମ ନେତ୍ରାନନ୍ଦ ମଲ୍ଲିକଙ୍କ ସହିତ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି ।