ନିର୍ମାଣ ଯୁବ ମହୋତ୍ସବ ଉଦ୍ୟାପିତ

 ବାଲିଅନ୍ତା : ବାଳକାଟିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚୁ୍ୟସନ୍ର ଚଳିତ ବର୍ଷ ର ନିର୍ମାଣ ଯୁବ ମହୋସôବ ୨୦୨୫ ଖୁବ୍ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ନିର୍ମାଣ ଫାଉଣ୍ଡେସନ ଆନୁକୁଲ୍ୟ ରେ ଆୟୋଜିତ ଏହି ଉସôବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଅଶୋକ ମହାପାତ୍ର ଯୋଗଦେଇ ଓଡ଼ିଶାର ଚିକିସôା ବ୍ୟବସ୍ଥା ଓ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ଆଲୋଚନା କରିଥିଲେ । ଏହି ଉସôବରେ ଆଞ୍ଚଳିକ ଶିକ୍ଷା ନିଦେ୍ର୍ଦଶାଳୟ ଭୁବନେଶ୍ୱରର ନିଦେ୍ର୍ଦଶକ ରଞ୍ଜିତ ପ୍ରଧାନ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଛାତ୍ର, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜାତୀୟ ମୁକ୍ତ ବିଦ୍ୟାଳୟ ର ନିଦେ୍ର୍ଦଶକ ସୁରଜିତ କୁମାର୍, ଶିକ୍ଷାବିଦ୍ ବିଧୁ ଭୂଷଣ ପଟ୍ଟନାୟକ, ପୁଷ୍ପଶ୍ରୀ ମହାପାତ୍ର, କୈଳାସ ଚନ୍ଦ୍ର ମିଶ୍ର, ବାଲିଅନ୍ତାର ପୂର୍ବତନ ବିଡ଼ିଓ ଆଦିକନ୍ଦ ବେହେରା, ସମାଜସେବୀ ସୁଚିଶ୍ମିତା ପୃଷ୍ଟି ଓ ନାରାୟଣ ମହାପାତ୍ର ଯୋଗଦେଇ ଶିକ୍ଷାନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ମୁଖ୍ୟ ସିଦେ୍ଧଶ୍ୱର ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ । ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭକରି ଥିବା ୬୫ଜଣ ପ୍ରତିଭାଙ୍କୁ ନିର୍ମାଣ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।