ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୀ : ଜୁନ୍ ୧୧ରେ ଦେବସ୍ନାନପୂର୍ଣ୍ଣମୀ ଓ ୨୭ରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଶୁକ୍ରବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏବ ବୈଠକ ଅନୁଷ୍ଠିତ ହୋଇଥିଲା । ରଥକାଠ ସଂଗ୍ରହ, ବାସୁଙ୍ଗା ପାଟ, ଚନ୍ଦନ, ରଥ ଟଣା ଦଉଡ଼ି କିଭଳି ସଠିକ ଭାବେ ପ୍ରସ୍ତୁତ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କତା ନିଗମ ରଥ ଦଉଡ଼ି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବାସୁଙ୍ଗା ପାଟ, ଚନ୍ଦନ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଛି ବୋଲି ବୈଠକରୁ ସୂଚନା ମିଳିଥିଲା । ରାମନବମୀ ଠାରୁ ରଥକାଠ ଚିରଟ ହେବା ସହ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ଅନୁକୂଳ ହେବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ ବୈଠକ ପରେ ସୂଚନା ଦେଇଛନ୍ତି ।