କମୁ୍ୟନିଷ୍ଟ ପାର୍ଟିର ଶତବାର୍ଷିକୀ ପାଳିତ

 ନୀଳଗିରି : ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ନୀଳଗିରି ଆଞ୍ଚଳିକ କମିଟି ତରଫରୁ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ  ନୀଳଗିରି ସିପିଆଇର ଶତାଧିକ କର୍ମୀ ଓ ସାଧାରଣଜନତା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ପଦଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କୁ  ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ  । ଈକୋ ସେନସେଟିଭ ଜୋନ ପ୍ରତ୍ୟାହାର କରି ନୀଳଗିରି ବଉଳଗଡିଆ ରାସ୍ତାର ପୁନଃ ନିର୍ମାଣ ପାଇଁ ଦାବିପତ୍ରରେ ଉଲ୍ଲେଖ କରିଥିଲେ  । ପରେ ଦିନ ୧୧ରେ ନୀଳଗିରି ଏନଏସି କଲ୍ୟାଣ ମଣ୍ଡପରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ନୀଳଗିରି ଅଞ୍ଚଳ କମିଟି ତରଫରୁ ତ୍ୟାଗ ଓ ବଳିଦାନର ଶତବାର୍ଷିକୀ ଉସôବ ପାଳନ କରାଯାଇଥିଲା  । ବରିଷ୍ଠ ବର୍ଷିଆନ ସାଥି କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶତବାର୍ଷିକୀ ସଭାରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, କରୁଣାକର ପରିଡା, ରାଜ୍ୟସ୍ତରୀୟ ଶ୍ରମିକ ନେତା ଜୟନ୍ତ ଦାସ,  ଜୋନ ସମ୍ପାଦକ ବିଜୟ କୁମାର ସ, ବିଧାୟକ ପ୍ରାର୍ଥୀ ଅଜୟ ପଟ୍ଟନାୟକ, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ, ସାମ୍ୟବାଦୀ ନେତା ଜୟକୃଷ୍ଣ ଖିଲାର, ନିରଞ୍ଜନ ରଣଜିତ, ରାମଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ସାଥିମାନଙ୍କୁ ନୀଳଗିରି ଗଡଜାତ ରାଜ୍ୟ ମିଶ୍ରଣର ଇତିହାସ ବିଷୟରେ ଉଦବୋଧନ ଦେବା ସହିତ ସ୍ୱାଧୀନତା ଠାରୁ ଏଯାବତ ସାଧାରଣ ଗରିବ ଖଟିଖିଆ, ଚାଷୀ, ମୂଲିଆ ଲୋକମାନଙ୍କ ପାଇଁ ଏଯାବତ କମୁ୍ୟନିଷ୍ଟ ଦଳ ସଂଗ୍ରାମ କରିଚାଲିଥିବା ବିଷୟରେ ଆଲୋକପାତ କରିଥିଲେ  । ନୀଳଗିରି ଗଡଜାତ ମିଶ୍ରଣର ଅନନ୍ୟ ସଂଗ୍ରାମୀ  ବନମାଳୀ ଦାସ, ଈଶ୍ୱର ଦାସ, ପ୍ରାଣବନ୍ଧୁ ଅଗସ୍ତି, ବାଇଧର ମହାନ୍ତି, ଗୋକୁଳି ନାୟକ, କେଶବ ଚନ୍ଦ୍ର ବାରିକ, କାଙ୍ଗାଳି ଚରଣ ଦାସ, ପ୍ରଭାତ ଚନ୍ଦ୍ର ମହାନ୍ତିଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉତ୍ତରାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ସମର୍ପଣ ପୂର୍ବକ ମରୋଣତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା  । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ଚନ୍ଦ୍ର ମହାନ୍ତି, ଅନିରୁଦ୍ଧ ନାୟକ, ନିହାର ରଞ୍ଜନ ଜେନା, ହରେକୃଷ୍ଣ ପଣ୍ଡିତ ପ୍ରଭାକର ମହାପାତ୍ର, ନାରୀନେତ୍ରୀ ପ୍ରଭାବତୀ ଦାସ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ  ।