ବିନା ସୂଚନା ଫଳକରେ ଚାଲିଛି ଗୋଚର ଜମିରେ କଲ୍ୟାଣ ମଣ୍ଡପ


ନିଶ୍ଚିନ୍ତକୋଇଲିରୁ ରତ୍ନାକର ବାରିକ : ବର୍ତ୍ତମାନ ରାଜ୍ୟର ଡବଲ ଇଂଜିନ  ସରକାର ସମୟରେ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ନିର୍ମଳ ଶାସନବ୍ୟବସ୍ଥା କରାଯିବ ବୋଲି ସରକାର ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବନ୍ଧକାଟିଆ ପଂଚାୟତରେ ନିର୍ମାଣାଧିନ ମଣ୍ଡପ କାର୍ଯ୍ୟକୁ ନେଇ ସାଧାରଣ ଜନତାଙ୍କ ମନରେ ସନେ୍ଦହଭାବ ସୃଷ୍ଟି ହୋଇଛି । ଖବରରୁ ପ୍ରକାଶ ଯେ,  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧକାଟିଆ ଗ୍ରାମ ପଞ୍ଚାୟତର ନିର୍ମାଣାଧିନ କଲ୍ୟାଣ ମଣ୍ଡପର ବ୍ୟୟ ଅଟକଳର ମୂଲ୍ୟ ଓ ମଣ୍ଡପର କାର୍ଯ୍ୟସୂଚୀର ସଚିତ୍ର ବିବରଣୀ ସୂଚନା ଫଳକରେ ସର୍ବସାଧାରଣଙ୍କ୍ ନିମନ୍ତେ ପ୍ରଦର୍ଶିତ କରିବା କଥା । ହେଲେ ତାହା କରାନଯାଇନାହିଁ । ଜନସାଧାରଣମାନଙ୍କୁ ପ୍ରକଳ୍ପ ବାବଦରେ ଏକ ରକମ ଅନ୍ଧାରରେ ରଖି ନିର୍ମାଣ କାର୍ଯ୍ୟ ଚାଲୁଛି । ଏହି ପ୍ରକଳ୍ପ ନିର୍ମାଣ ଗୋଚର ଜମିରେ ହେଉଥିବାରୁ ତାହା କେତେ ଦୂର ଯୁକ୍ତି ଯୁକ୍ତ । ନିଶ୍ଚିନ୍ତକୋଇଲି ତହସିଲଦାର ଏଥିପ୍ରତି ନିଘା ଦେଉ ନାହାଁନ୍ତି କାହିଁକି ? ଯଦି ଗୋଚର ଜମିକୁ ଅନୁମତି ଦେଇଛନ୍ତି ତେବେ ତାହା ସର୍ବସମ୍ମୁଖରେ ଅବଗତ କରୁନାହାଁନ୍ତି କାହିଁକି ? ଏହି ଗୋଚର ଜମିକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କିସମ ପରିବର୍ତ୍ତନ କରାଯାଇ ପ୍ରକଳ୍ପ ନିର୍ମାଣ ପାଇଁ ନିଦେ୍ର୍ଦଶ ଦିଆଯାଇଛି କି ନାହିଁ ଏହାର କୌଣସି ତଥ୍ୟ ଜଣାପଡୁ ନାହିଁ । ବନ୍ଧକାଟିଆ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗା କରିବାକୁ ଚାହିଲେ ମତାମତ ନିଆଯାଇପାରିନଥିଲା ।  ତେବେ ବିଡିଓ ବାରମ୍ବାର ଅନୁପସ୍ଥିତ ରହିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଅସୁବିଧା ଭୋଗ କରୁଥିବା ଅଭିଯୋଗ ହୋଇଛି ।  ଯେଉଁ ଜାଗାରେ କଲ୍ୟାଣ ମଣ୍ଡପର ଘର ନିର୍ମାଣ ହେଉଛି ସେହି ଘର ପାଖରୁ ମାତ୍ର ୫ଫୁଟ୍ ଦୂରତା ଭିତରେ ବାଲି କଢା ଯାଇ ନିର୍ମାଣାଧିନ ଘର ଭିତରେ ଭର୍ତ୍ତି କରାଯାଉଛି ଏବଂ ଏହି ସ୍ଥାନରୁ ବାଲି ଖୋଳାଯାଇ ବାହାରକୁ ଚାଲାଣ କରାଯାଉଛି ।  ଯାହାଫଳରେ ପ୍ରକଳ୍ପ ପ୍ରତି ବିପଦର ଆଶଙ୍କା ରହୁଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା କଟକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।