ସତ୍ୟସାଇଙ୍କର ପାଦୁକା ରଥ ପରିକ୍ରମା
ରାଜନଗର : ରାଜନଗର ବ୍ଲକରେ ଶ୍ରୀଶ୍ରୀ ସତ୍ୟସାଈ ସେବା ସଙ୍ଗଠନ ପକ୍ଷରୁ ବାବାଙ୍କ ପାଦୁକା ରଥ ପରିକ୍ରମା ଆରମ୍ଭ ହୋଇଛି । ମଦନପୁରଠାରୁ ଶ୍ରୀଶ୍ରୀ ସତ୍ୟସାଈଙ୍କ ପାଦୁକା ରଥ ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜପୁର, କେରଡାଗଡ, ବାଲିସାହିପାଟଣା, ସାନବଡଗୋପାଳପୁର, କୋାଇଲିପୁର ପଞ୍ଚାୟତ ପରିକ୍ରମା କରି ହଂସୁଆ ସେତୁ ନିକଟରୁ ଶୋଭାଯାତ୍ରାରେ ରାଜନଗର ବଜାର ପରିକ୍ରମା କରିଥିଲା । ଦୁର୍ଗା ମନ୍ଦିର ସମ୍ମୁଖରେ ବାବାଙ୍କ ରଥକୁ ରଖାଯାଇଛି । ରବିବାର ଦିନ ଅନ୍ୟ ପଞ୍ଚାୟତଗୁଡିକ ପରିକ୍ରମା କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ଜିଲ୍ଲା ସଭାପତି ହରେକୃଷ୍ଣ ଦାସଙ୍କ ସହ ରମେଶ ଦାସ, ସୁଷମା ଅପା, ବସନ୍ତ ମିଶ୍ର, ଗୋପବନ୍ଧୁ ନାୟକ, ହୃଷିକେଶ ସାହୁ, ନିରଂଜନ ସେଠୀ, ଜଗବନ୍ଧୁ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।