ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

 ଅନୁଗୁଳ  : ବିଧାନସଭାରେ ଗଣତନ୍ତ୍ରକୁ ହତ୍ୟା ପ୍ରତିବାଦରେ ରାଜ୍ୟ ମୋହନ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ  ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ କଂଗ୍ରେସ ଭବନ ଠାରୁ ହିରୋହୋଣ୍ଡା ଛକ ପର୍ଯ୍ୟନ୍ତ ଯାଇ ରାଜ୍ୟ ମୋହନ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ସେଠାରେ ଜାତୀୟ ରାଜପଥ ଉପରେ ପ୍ରତିବାଦ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଧାନସଭାରେ ଯେଉଁଭଳି ଭାବରେ ଶାସକଦଳର ଇଙ୍ଗିତରେ ବାଚସ୍ପତି ଚଉଦ ଜଣ ବିଧାୟକଙ୍କୁ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି, ନାରୀମାନଙ୍କ ସୁରକ୍ଷାପାଇଁ ଆଲୋଚନା ଦାବି କରୁଥିବା ବେଳେ ନିଲମ୍ବନ କରାଗଲା ଓ ବରିଷ୍ଠ ବିଧାୟକମାନଙ୍କ ଉପରେ ମାର୍ଶାଲ ଲଗାଇ ମାଡପିଟ କରାଗଲା, ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଉଦେ୍ଦଶ୍ୟମୂଳକ ଥିଲା । ଏହି ଦମନ ଲୀଳା କୌଣସି ପ୍ରକାରେ ଇଂରେଜ ସରକାରଙ୍କ ଠାରୁ କମ୍ ନୁହେଁ । ଏଣୁ ଅନୁଗୋଳ ଜିଲ୍ଲା କଂଗ୍ରେସ ଏହାର ଦୃଢ ନିନ୍ଦା କରିବା ସହ ଆଜି ରାଜରାସ୍ତାକୁ ବାହାରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ, ପ୍ରଫୁଲ୍ଲ ଦାସ, ଗୋବିନ୍ଦ ନାଏକ, ଚିତ୍ତରଞ୍ଜନ ନାଏକ, ବଲବୀର ସିଂହ, ସହଦେବ ବେହେରା, ଛାତ୍ର କଂଗ୍ରେସ ସଭାପତି ପ୍ରଦୁ୍ୟମ୍ନ ସାହୁ, ସୁଶାନ୍ତ ଶଶିକାନ୍ତ ସାମଲ, ସୁନିଲ ପ୍ରଧାନ, ସୁଦୀପ ମିଶ୍ର, ବନବିହାରୀ ପ୍ରଧାନ, ଟିକେ ସାମଲ, ଦୀନବନ୍ଧୁ ସାହୁ, ପ୍ରକାଶ ପ୍ରଧାନ, ଲୋକନାଥ ସାହୁ, ସନ୍ତୋଷ ଦେହୁରୀ ପ୍ରମୁଖ ସାମିଲ ହୋଇଥିଲେ ।