ମୋବାଇଲ ଚୋର ଗିରଫ
ପୁରୀ : ଜଣେ ଯୁବକଙ୍କୁ ଧକ୍କା ମାରି ମୋବାଇଲ ଫୋନ୍ ଛଡ଼ାଇନେବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଦୋଳମଣ୍ଡପ ସାହିର ନୃସିଂହ ରଥ (୪୮)କୁ ଗିରଫ କରିଛି । ନୃସିଂହ ଠାରୁ ମୋବାଇଲ ଫୋନ୍ ଜବତ କରିବା ସହ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ବାନାମ୍ବର ଛକ ଠାରେ ଗୋପୀନାଥପୁରର ସୁନୀଲ କୁମାର ଘଟୁଆରୀ ତାଙ୍କ ମୋବାଇଲ ଫୋନ୍ ଯୋଗେ ବାର୍ତ୍ତାଳାପ କରୁଥିବା ବେଳେ ପଛପଟୁ ନୃସିଂହ ଆସି ତାଙ୍କୁ ଧକ୍କା ଦେଇ ମୋବାଇଲଟି ଛଡ଼ାଇ ନେଇଯାଇଥିଲା । ସୁନୀଲଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଥିଲା ।