ସଦସ୍ୟଙ୍କ ଅନୁପସ୍ଥିତି:  କାଟ୍ଖାଇଲା ଅନାସ୍ଥା ପ୍ରସ୍ତାବ

 ତେନ୍ତୁଳିଖୁଣ୍ଟି : ସୋମବାର ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ନିଲେନ୍ଦ୍ରି ନାୟକଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ତାପରେ ଉପଜିଲ୍ଲାପାଳ ତାରିଖ ଧାର୍ଯ୍ୟ କରି ଦସ୍ତଖତ ଯାଞ୍ଚ କରାଇ ଥିଲେ ସେଥିରେ ମୋଟ ୨୩ଜଣଙ୍କ ମଧ୍ୟରୁ ୧୯ ଜଣ ଦସ୍ତଖତ ଦେଇ ଥିଲେ ତାପରେ ଆଜି ବ୍ଲକ ପରିସର ରେ ଅନାସ୍ଥା ପ୍ରସ୍ତାବରେ କୌଣସି ବି ସଦସ୍ୟ ନୋଟିସ ଧାର୍ଯ୍ୟ ସମୟ ମଧ୍ୟରେ ଉପସ୍ଥିତ ହୋଇ ପାରି ନଥିଲେ ତେଣୁ ଅଧିକାରୀ ମାନେ ତଥ୍ୟ ଚିଠି ମାଧ୍ୟମରେ ଉପଜିଲ୍ଲାପାଳ ନବରଙ୍ଗପୁରଙ୍କୁ ଜଣାଇ ଦେଇଛନ୍ତି ନିଷ୍ପତି ଉପଜିଲ୍ଲାପାଳ ହିଁ କହିପାରିବେ ବୋଲି ପ୍ରକାଶ କରିଛନ୍ତି  ।