ଜବତ ଖଣିଜ ପଥର ନିଲାମ

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ଶାରିଶୁଆ ପାହାଡର କପିଳଝରୀ ବନ୍ଧନଟା ମୌଜାରେ ଜବତ ହୋଇଥିବା ଖଣିଜ ପଥରକୁ ନିଲାମ କରାଯାଇଛି । ଜିଲ୍ଲା ଖଣି ଅଧୀକାରିଣୀ ସନ୍ତୋଷୀପ୍ରଭା ସେଠୀ ଓ ଖଇରା ପୋଲିସ ଉପସ୍ଥିତିରେ ଏହି ଜବତ ପଥର ନିଲାମ କରାଯାଇଥିଲା । ନିଲାମର ମୂଳ ଧାର୍ଯ୍ୟଦର ୬ଲକ୍ଷ୭୫ହଜାର ଥିବାବେଳେ ଗଡପୋଖରୀ ଗ୍ରାମର ପ୍ରଦୀପ ରାଉତ ସର୍ବାଧିକ ୭ଲକ୍ଷ୨୦ହଜାର ଦାମରେ ଏହାକୁ କିଣିଥିଲେ । ମୋଟ ୪ଜଣ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିଥିଲେ । ଫେବୃଆରୀ ୧୩ତାରିଖରେ କପ୍ତିପଦା ତହସିଲଦାର ଆଶିଷ ମହାପାତ୍ର ଖଇରା ତହସିଲ ଅଧୀନରେ ଏହି ପଥରକୁ ଜବତ କରିଥିବାବେଳେ ୧୪ତାରିଖରେ ଆବଶକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଖଣି ଅତିରିକ୍ତ ନିଦେ୍ର୍ଦଶକଙ୍କୁ ମାମଲା ହସ୍ତାନ୍ତର କରାଯାଇଥିଲା ।