ସଫେଇ କାର୍ଯ୍ୟକ୍ରମ
ବୈଶିଙ୍ଗା : ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱକୁ ପରିଷ୍କାର ରଖିବା, ଖାଲ ଖମା ଆଦି ମରାମତି କରିବା, ରାସ୍ତା ମଝି ଡିଭାଇଡରରେ ଲଗାଯାଇଥିବା ଗଛର ଯନô ନେବା, ଓଭରବ୍ରିଜ୍ ଉଭୟ ପାର୍ଶ୍ୱରେ ଅପରିଷ୍କାରକୁ ସଫା କରିବା ଆଦି କାର୍ଯ୍ୟ ହୋଇ ନ ପାରିବା ଯୋଗୁଁ ବିଭିନ୍ନ ଗଣମାଧ୍ୟମର ପୃଷ୍ଟା ମଣ୍ଡନ କରିବା ପରେ ବିଭାଗର ଚେତା ପଶିଲା । ଦୁଇ ଦିନ ଧରି ସଫେଇ କର୍ମଚାରୀଙ୍କ ଦ୍ୱାରା ଏହି ସଫେଇ କାର୍ଯ୍ୟ କରାଯାଉଥିବାର ଦେଖିବାକୁ ମିଳିଥିଲା । ବୈଶିଙ୍ଗା ବଜାର ମଧ୍ୟ ଦେଇ ଯାଇଥିବା ପ୍ରାୟ ଏକ କିଲୋମିଟର ଏହି ଓଭର ବ୍ରିଜ୍ର ଉଭୟ ପାର୍ଶ୍ୱ ପରିଷ୍କାର କରାଯିବା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି ।