ଆୟୁର୍ବେଦ କଲେଜ ଅଡିଟୋରିୟମ ନିର୍ମାଣରେ ମନ୍ଥରତା

 ବଲାଙ୍ଗିର : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ·ଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ଶ୍ରୀ ମିଶ୍ର ବଲାଙ୍ଗିର ବିଧାୟକ ଥିବା ବେଳେ ପୁରାତନ ଛାତ୍ର ସଂସଦ ଓ ଆୟୁର୍ବେଦିକ ଛାତ୍ର ସଂସଦ ଙ୍କ ଅନୁରୋଧ କ୍ରମେ ଆୟର୍ବେଦ ମହାବିଦ୍ୟାଳୟ ପରିସରରେ  ପାର୍କିଂ ଓ ଶ୍ରେଣୀ ଗୃହ ପଞ୍ଚକର୍ମ ଥରାପି ଗୃହ ସାରଦେଶ୍ୱରୀ ଆୟୁର୍ବେଦିକ ଚିକିସôାଳୟ ରେ କମ୍ପାଉଣ୍ଡ ୱାଲ, ଲାଇବ୍ରେରୀ ଓ ଅଡିଟରିୟମ ଏବଂ ମହାବିଦ୍ୟାଳୟର ମେନ ଗେଟ ତଥା ହର୍ବାଲ ଗାର୍ଡେନ କୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ପଠା ଯାଇଥିଲା । ଯାହାକି ୨୯.୧୨.୨୦୨୨ ରୁ  ସ୍ୱାସ୍ଥ୍ୟ ବିଭାଗ ଏହା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବା ସହ କାର୍ଯ୍ୟାରମ୍ଭ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଦିର୍ଘ ଅଢେଇ ବର୍ଷରୁ ଉଦ୍ଧ୍ୱର୍ ହେବ ପ୍ରକଳ୍ପ ର ମଞ୍ଜୁରି ସହ ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ହେବାରେ ଢେର ବିଳମ୍ବ ହୋଇସାରିଛି । ବିଶେଷ କରି କଲେଜ ଅଡିଟରିୟମ ଯାହାର ବ୍ୟୟ ଅଟକଳ ୧୪ କୋଟି ୫୩ ଲକ୍ଷ ଟଙ୍କା ଅଛି ତାହାର ନିର୍ମାଣ କାର୍ଯ୍ୟ ଏତେ ମନ୍ଥର ଅଛି ଯେ ପୁରାତନ ଛାତ୍ର ସଂଘ ଦ୍ୱାରା ଆୟୋଜନ ହେବାକୁ ଥିବା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପୂର୍ବରୁ ଏହା ସମ୍ପୂର୍ଣ୍ଣ ହୋଇପାରିବ  ନା ନାହିଁ ତାହା ସନେ୍ଦହ ଘେରରେ ଅଛି । ପୁରାତନ ଛାତ୍ର ସଂସଦ ସଭାପତି ବାସୁଦେବ ପତି ଓ ସଦସ୍ୟଙ୍କ ଅନୁରୋଧ କ୍ରମେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର କଲେଜ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ତା ସହ ଅଧିକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟରେ ଶୀଘ୍ରତା ଆଣିବା ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ଆହୁରି ମଧ୍ୟ ବିଭାଗୀୟ ବିଲଡିଂ ପାଇଁ ଆସିଥିବା ଅନୁଦାନ ପର୍ଯ୍ୟାପ୍ତ ନ ହେବାରୁ ସଂଶୋଧନ ଅଟକଳ ପାଇଁ  ଯାଇଥିବା ଆବେଦନ ଆଜି ପର୍ଯ୍ୟନ୍ତ ବିଭାଗ ପାଖରେ ପଡିରହିଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ହର୍ବାଲ ଗାର୍ଡେନ ନିର୍ମାଣ, କଲେଜ ବାଉଡ୍ରି ୱାଲ ଓ ପଞ୍ଚକର୍ମ ହଲ ନିର୍ମାଣ ମଧ୍ୟ ବିଳମ୍ବ ହେଉଛି ତେଣୁ ଏହି ସବୁ କୁ ଶିଘ୍ର ସମାପ୍ତ କରନ୍ତୁ ବୋଲି ଅଧିକ୍ଷଣ ଯନ୍ତ୍ରୀଙ୍କୁ କହିଛନ୍ତି । ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡା. ଶିବବ୍ରତ ବେହେରା,  ଛାତ୍ର ସଂସଦ ସଭାପତି ଓମ୍ ପ୍ରକାଶ, ଡା. ସୁକାନ୍ତ ମେହେର, ସେକ୍ସନ ଅଫିସର ନବ କିଶୋର ମାଝି, ଡା. ପ୍ରକାଶ ଦାଶ ଓ ଡାକ୍ତରୀ ଛାତ୍ର ଏବଂ କର୍ମ·ରୀ ଉପସ୍ଥିତ ଥିଲେ ।