ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ପୁଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ଗତକାଲି ସନ୍ଧ୍ୟାରୁ ଏକ ଜଙ୍ଗଲୀ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଜନବସତି ଭିତରକୁ ପଶି ଆସିଛି । ତାକୁ ଘଉଡ଼ାଇବାକୁ ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗତକାଲି ସାନ୍ଧ୍ୟରେ କୁଳଢିଆ ଅଭୟାରଣ୍ୟ ହଦଗଡ଼ ରେଞ୍ଜ ଜଙ୍ଗଳରୁ ୨ ଟି ହାତୀ ଜନବସତି ଅଭିମୁଖା ହୋଇ କୁପାରୀ ଶାରୀଶୁଆ ପାହାଡ ପାଦଦେଶରେ ଥିବା ବାଗେଇପୁର ଗ୍ରାମକୁ ପଶିଥିଲେ। ଖବର ପାଇ କୁପାରୀ ବନ କର୍ମଚାରୀମାନେ ତାଙ୍କୁ ଘଉଡ଼ାଇବା ଆରମ୍ଭ କରିଥିଲେ । ମାତ୍ର ଗୋଟେ ହାତୀ ପୁନର୍ବାର ଜଙ୍ଗଲ ପେରିଯାଇଥିବା ବେଳେ ଆଉ ଗୋଟେ ଦନ୍ତା ହାତୀ ରହିଯାଇଥିଲା । ତାକୁ ଘଉଡ଼ାଇବା ଥିବା ସମୟରେ ଶୁଣ୍ଢୀରା ଗଣ୍ଡିବେଡ଼ ପଞ୍ଚାୟତ ଅଧୀନସ୍ଥ ନୂଆସାହି ପୂର୍ବପଡା ଗ୍ରାମର ସୁରେନ୍ଦ୍ର ପ୍ରସାଦ ଦାସ(୬୩)ଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । କିନ୍ତୁ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।