ଥୋଡ ବେଳକୁ ଧାନ କ୍ଷେତ ଶୁଖିଲା କେନାଲରେ ପାଣି ନାହିଁ, ଚିନ୍ତାରେ ଚାଷୀ 

ନିଆଳିରୁ ଅଞ୍ଜୁଶା ଦାସ : ନିଆଳି ବ୍ଲକ୍ ଅଞ୍ଚଳରେ ବର୍ଷାର ଅଭାବରୁ ଖରିଫ୍ ଧାନ ଚାଷ ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ବର୍ତ୍ତମାନ ଧାନ ଥୋଡ ବାହାରିବାର ସମୟ ହୋଇଥିବାବେଳେ ବର୍ଷା ଅଭାବରୁ କ୍ଷେତ ଶୁଖିଲା ପଡିଛି । ୧୫ ଦିନ ହେବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣି ପାଗ ବିଭାଗ କହୁଥିବାବେଳେ ନିଆଳି ଅଞ୍ଚଳରେ ହାଲ୍କା ବର୍ଷା ବି ହେଉନାହିଁ । ନିଆଳିର ଚାଷୀମାନେ ବର୍ଷାକୁ ଅପେକ୍ଷା କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି । ଚଳିତ ବର୍ଷ ୧୦ହଜାର ୪ ଶହ ହେକ୍ଟର ଜିମିରେ ଖରିଫ ଧାନ ଚାଷ କରାଯାଇଥିବା ପଞ୍ଚାୟତ ସମିତି ବୈଠକରେ ନିଆଳି କୃଷି ଅଧିକାରୀ ସୂଚନା ଦେଇଥିବାବେଳେ ଏଥି ମଧ୍ୟରୁ କେତେକ ଜମି ଅଣ ଜଳସେଚିତ ହୋଇଥିବା ବେଳେ ଜଳସେଚିତ ଜମିକୁ ମଧ୍ୟ ପାଣି ମାଡୁନଥିବା ଦେଖିବାକୁ ମିଳିଛି । ନିଆଳି ଅଞ୍ଚଳରେ ଯାଇଥିବା ବହୁ ମୁଖ୍ୟ ଓ ଶାଖା କେନାଲ ଗୁଡିକର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚô ପାରୁନଥିବା ଚାଷୀ ସମସ୍ୟାରେ ପଡିଛି । ଯାହାଫଳରେ ବର୍ତ୍ତମାନ ଧାନର ଥୋଡ ବାହାରିଥିବା ସମୟ ହୋଇଥିବାରୁ ପାଣି ଅଭାବରୁ ସେଗୁଡିକ ଅଗାଡି ହେବା ଆଶଙ୍କା ଦେଖାଦେଇଛି ।