ବଡ଼ଚଣାରେ ଆଉ ଜଣେ ଅମର...
ଯାଜପୁର ଜିଲାରେ କ୍ଷମତା ପରିବର୍ନନ ହୋଇଛି ସତ ହେଲେ ବଡଚଣାରେ ପୁଣିଜଣେ ଅମରଙ୍କୁ ବିଧାୟକ ଭାବେ ବାଛିଲେ ଭୋଟର । ବିଜେପିର ବିଜୟୀ ୩ଟି ବିଧାନସଭା ମଧ୍ୟରୁ ବଡଚଣା ଥିଲା ଅନ୍ୟତମ । ଏଠାରେ ଜଣେ ଅମରଙ୍କୁ ବାଦ୍ ଦେଇ ବଡଚଣାବସୀ ଆଉଜଣେ ଅମରଙ୍କୁ ସ୍ୱାଗତ କଲେ । ଦୀର୍ଘ ୪ ଦଶନ୍ଧୀ ଧରି ବଡଚଣା ରାଜନୀତିରେ ରାଜ୍ କରି ଆସୁଥିବା ଅମର ଶତପଥୀଙ୍କ ସ୍ଥାନରେ ବଡଚଣାବସୀ ବିଜେପିର ଅମର ନାୟକଙ୍କୁ ବିଧାୟକ ଆସନରେ ବସାଇଛନ୍ତି । ବେଶ୍ ଅନୁଭବୀ ଯୁବସୁଲଭ ଚରିତ୍ର ଏବଂ ଲୋକଙ୍କ ସମସ୍ୟା ସହ ଗତ ୨୦ବର୍ଷ ଧରି ଲାଗି ରହିଥିବା ଅମର ଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । ବର୍ଷ ୨୦୨୪ରେ ବଡଚଣା ରାଜନୀତିରେ ଅନେକ ଅଦ୍ଭୁତ ଦୃଶ୍ୟ ଦେକôବାକୁ ମିଳିଥିଲା । ଏଠାରେ ବିଜେଡି ଭେଟେରାନ ଅମରଙ୍କୁ ଅଣଦେଖା କରି ନବାଗତା ତଥା ରାଜନୀତିଠାରୁ ବହୁ ଦୁରରେ ଥିବା ସିନେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିଲା । ଯଦିଓ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ରାଜ ନାରାୟଣ ମହାପାତ୍ର ବିଜେଡିରେ ସାମିଲ ହୋଇଥିଲେ ହେଲେ ତାଙ୍କୁ ବି ଦଳ ପ୍ରାର୍ଥୀ କରିନଥିଲା । ଜନ୍ମେଞ୍ଜୟ, ରାଜ୍ ନାରାୟଣ ଏବଂ ଅମର ଶତପଥୀଙ୍କୁ ବାଦ ଦେଇ ବର୍ଷାଙ୍କୁ ଦଳ ପ୍ରାର୍ଥି କରିବା ଦଳ ପାଇଁ ଘାତକ ହୋଇଥିଲା । ଯାହାଫଳରେ ବଡଚଣାର ବିଜେଡି ଗଡରେ ବିଜେପି ପଦ୍ଫୁଟାଇଲା ।