ଓଷ୍ଟା ପକ୍ଷରୁ ଜିଲ୍ଲା ଶିଶୁ ମହୋସବ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ ଓଷ୍ଟା ପକ୍ଷରୁ ଜିଲ୍ଲା ଶିଶୁ ମହୋସôବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଶଶିଶେଖର କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉସôବକୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅଧ୍ୟାପକ ଡଃ ଶୁଭେନ୍ଦ୍ର ମିଶ୍ର ମୁଖ୍ୟବକ୍ତା, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଅନିଲ ମିଶ୍ର, ବିଇଓ ଅଧିର ତରାଇ, ବିଦ୍ୟାଳୟ ସଭାପତି ବାସୁଦେବ ଗୋଚ୍ଛାୟତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଷ୍ଟାର ଶିକ୍ଷା ବିକାଶ ଅଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୭ଟି ବ୍ଲକର ୧୩୦ ଜଣ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଆଗାମୀ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ କରାଯାଇଥିଲା । ଉଦଯାପନୀ ଉସôବରେ ସ୍ଥାନୀୟ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟଅତିଥି, ଓଷ୍ଟା ରାଜ୍ୟ ସମ୍ପାଦକ ରଞ୍ଜନ ଦାସ ମୁଖ୍ୟବକ୍ତା, ସ୍ଥାନୀୟ ସରପଞ୍ଚ ଅମୂଲ୍ୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଷ୍ଟାର ପ୍ରାକ୍ତନ କର୍ମକର୍ତ୍ତା ରଘୁନାଥ ସାହୁ, ପ୍ରଣବ ସାହୁ, ପୂର୍ଣ୍ଣର୍ଚନ୍ଦ୍ର ଦାଶ, ଗୌରାଙ୍ଗ ବାରିକ, ସୁବଳ ପତ୍ରୀ, ବସନ୍ତ ବିଶ୍ୱାଳ, ସୁରଜିତା ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ, ଅଜୟ ନନ୍ଦ ସ୍ୱାଗତ ଭାଷଣ, ପ୍ରଭାକର ପରିଡା ମାନପତ୍ର ପଠନ ଓ କମଳାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପର୍ଶୁରାମ ପାତ୍ର, ବିକଶି ସାହୁ, ଗିତାଞ୍ଜଳୀ ପାତ୍ର, ସନ୍ତୋଷ ଜେନା, ପର୍ଶୁରାମ ସାହୁ, ନିରଞ୍ଜନ ପଣ୍ଡା, ବହ୍ମାନନ୍ଦ ରାୟ, ବିଶ୍ୱନାଥ ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ମହୋସôବ ପରିଚାଳନା କରିଥିଲେ ।