ବୈକୁଣ୍ଠପତିଙ୍କ ଆନନ୍ଦବଜାର


ଖେୟାଲି ଠାକୁରେ ଥରେ ମାନସ କଲେ ଯେଉଁ ଦେବ ଅସୁର ଗୋଷ୍ଠୀ ଅଛନ୍ତି ଏମାନଙ୍କର କଣ ଗୁଣ, କଣ ଅବଗୁଣ ସେମାନଙ୍କୁ ଚେତାଇ ଦେବାକୁ ହେବ । ନିଜେ ନିଜକୁ ନ ସୁଧାରିଲେ କେବେ ପରିସ୍ଥିତି ସୁଧରିବ ନାହିଁ । ଏ ପାଇଁ ପ୍ରଭୁ ଏକ ଆନନ୍ଦ ବଜାରର ଆୟୋଜନ କଲେ । ଖାଇବାରେ ଆନନ୍ଦ ଅଛି ବୋଲି ମୌଳିକ ଶସ୍ୟ, ମୌଳିକ ଶାକସବ୍ଚି ଗୁଡ଼ିକୁ କିପରି ଗୌରୀ ବିଧାନ ସୌରୀ ବିଧାନ ଭୀମ ବିଧାନରେ ଖାଦ୍ୟ ଚବ୍ୟ, ଚୋଷ୍ୟ, ଲେହ୍ୟ, ପେୟ କରାଯିବା ଦରକାର ଓ ପୁଣି ସୁସ୍ୱାଦୁ, ସୁଗନ୍ଧୀ ମହକ ମସଲାଯୁକ୍ତ କରାଯିବ ଏ ପାଇଁ ନିଦେ୍ର୍ଦଶ ଅନ୍ନପୂର୍ଣ୍ଣା ମହାଲକ୍ଷ୍ମୀଙ୍କ ଦପ୍ତରକୁ ନିଦେ୍ର୍ଦଶନାମା ଜାହିର କଲେ । ଅର୍ଚ୍ଚନା ପାଇଁ ବୈକୁଣ୍ଠର ଦୂତମାନେ ଦେବ ଓ ଅସୁର ସମାଜରେ ଜଣ ଜଣ କରି ପ୍ରଭୁଙ୍କ ଭୋଜନ ମଣ୍ଡପ ଆନନ୍ଦ ବଜାର ସ୍ଥଳୀର ଠିକଣା ଓ ସମୟ ଜଣାଇ ଦେଲେ । ଅସୁରମାନେ ତାଙ୍କର ଖାଦ୍ୟ ଲାଳସାର ଭବ ତତସମୟରୁ ଉଦ୍ରେକ ହେବାକୁ ଲାଗିଲା, ଅନେକ ମାଗଣା ପାଇଲେ ମହୁରା ବିଷବି ଖାଇ ଦିଅନ୍ତି । ଏଇମାନେ ଅସୁର ଗୋଷ୍ଠୀର ଅନ୍ତର୍ଭୁକ୍ତ ଅଟନ୍ତି । ଭାତ ପର ବୋଲି ପେଟ ଯେ ପର ନୁହେଁ ଏକଥା ସେମାନେ ବୁଝନ୍ତି ନାହିଁ । ଦେବତାର କି ଆନନ୍ଦର ଉଚ୍ଛ୍ୱାସ ସ୍ୱର ଅନେକ ମିଳି ପ୍ରଭୁଙ୍କର ଗୁଣ ମହିମା ଗାନ କରିବା ଭୁଲିଲେ ନାହିଁ । ସେ ଭାବିଲେ ଆମ୍ଭେ ତ ଦେବତାରେ ଗଣିତ, ନିତ୍ୟ ନିତ୍ୟ କେତେ ଋତୁଫଳ ମୂଳ ସୁମିଷ୍ଟ ସ୍ୱାଦିଷ୍ଟ ଭୋଜନ ଲୋକେ ମର୍ତ୍ତ୍ୟରେ ଅର୍ପଣ କରୁଛନ୍ତି ହେଲେ ବ୍ରାହ୍ମଣର ପାଳନକାରୀ ଏକ ଅନନ୍ଦ ବଜାର କରୁଛନ୍ତି ସେଠାକୁ ଗଲେ ସେହି ସେହି ମୌଳିକ ଦ୍ରବ୍ୟର ଯୁକ୍ତି ଯୁକ୍ତ ଭୋଜନ ଦ୍ରବ୍ୟ ହେଲେ ବି ଏଥିରେ ପ୍ରଭଙ୍କର କିଛ ଭିନ୍ନ ଉଦେ୍ଦଶ୍ୟ ନିଶ୍ଚେଁ ରହିଛି ପୁଣି ଆମେ ତାକୁ ଦେଖିବୁ ଏ ଆଶାରେ କେତେ ଉପାସନା ଡାକିଲେ ବି ପ୍ରତ୍ୟକ୍ଷ ଦେଖା ମିଳିବା ଦୁରୂହ ହେଲେ ସେ ଡାକୁଛନ୍ତି । ନିଜେ ଦେଖାଯେ ମିଳିବ ଏହାଠାରୁ ପୁଣ୍ୟ ଗର୍ବ ଅଉ କ’ଣ ଅଛି । ଠାକୁରେ ବ୍ୟବସ୍ଥା କରିଛନ୍ତି ଉଭୟ ଦଳକୁ ଭିନ୍ନ ଭିନ୍ନ ସ୍ଥାନରେ ଭୋଜନ ଘର ଭୋଜନ ବ୍ୟବସ୍ଥା ମାତ୍ର ସମାନ ଅନ୍ନବ୍ୟଞ୍ଜନ । ନିର୍ଦ୍ଦିଷ୍ଟ ସମୟ ଆସିଲା ନିର୍ଦ୍ଦିଷ୍ଟ ଭୋଜନ ସ୍ଥାନକୁ ଅସୁର ଦେବତା ଯାଇ ଆସୀନ ହୋଇ ପରିବେଷଣକାରୀଙ୍କୁ ଚାହୁଁଥାନ୍ତି । ୧ମ ପରିବେଷଣରେ ଆସିଲା ଏକ ବାଉଁଣ ସଉଁଳା ସୁଦୃଶ୍ୟବନା ଯାହା ଦେବତା ଓ ଅସୁରଙ୍କ ଡାହାଣ ହାତ କହୁଣୀକୁ ମଝିରେ ରଖି ଦୁଇ ପଟରେ ଦୁଇଟି ଶକ୍ତ ଟାଙ୍କ ବାନ୍ଧି ଦିଆଗଲା । ତାପରେ ପତ୍ରରେ ପାଣି ଛିଞ୍ଚô ଲବଣ ଦାନ ପରେ ଉତ୍ତମ ପାକାନ୍ନ ବ୍ୟଞ୍ଜନ ଖଟା, ଖିରି, ମିଠା ଆଦ୍ୟ ପରିବେଷଣ କରି ଦିଆଗଲା । ଏଣେ ଡାଇନିଂ ବିଲ୍ରେ କାନ୍ଥରେ ଲେଖାଯିବାରେ ନିଦେ୍ର୍ଦଶ ରହିଛି ଭୋଜନ ଆରମ୍ଭ ଓ ଶେଷ ଦୁଇଥର ଘଣ୍ଟା ନିନାଦ କରାଯିବ ଠିକ ସେହି ସମୟ ଭିତରେ ଅନ୍ନାଦି ଭୋଜନ ସାରି ହାତମୁହଁ ଧୋଇ ଆଗମନ କରି ପ୍ରଭୁଙ୍କୁ ଦେଖା କରିବାକୁ ହେବ । ଠିକ ତାହା ମାନିବାକୁ ତଦାରଖ ପାଇଁ ନିରୀକ୍ଷକ ତଦାରଖ କରୁଥିଲେ । ତାହା ହିଁ ହେଲା । ପ୍ରଥମ ଘଣ୍ଟା ବାଜିଲା କିଛି ସମୟ ବ୍ୟବଧାନରେ ଦୁଇ ଘଣ୍ଟା ବାଜିଲା । ଭୋଜନ କକ୍ଷରେ ଅସୁର ଗହଣ କୋଳାହଳମୟ ମୃଦୁଗୁଞ୍ଜନ ଏପରି ଭୋଜନର କାହିଁକି ବ୍ୟବସ୍ଥା ଡାହାଣ ହାତକୁ ନ ଭାଙ୍ଗିଲେ କେମିତି ଭୋଜନ କରିହେବ । ପଶୁପକ୍ଷୀ ପରି ଭୋଜନରେ କଣ କେହି ହାତରେ ନଖାଇ ତୃପ୍ତି ହୋଇପାରେ? ଦେବତାମାନେ ଉତଫୁଲ! ଓଃ କି ଆନନ୍ଦ, ପ୍ରଭୁ ଆଜି କି ବିଧାନ ନକଲେ ମ!ସ୍ମିତହାସ୍ୟମୁଖ ପ୍ରଭୁଙ୍କୁ ଦୁଇଦଳ ଭେଟିଲେ ଅସୁରମାନେ କହିଲେ ପ୍ରଭୁ ଏ କଣ ବ୍ୟବସ୍ଥା କରିଥିଲେ ଅତି ଆନନ୍ଦପୂର୍ଣ୍ଣ ସୁସ୍ୱାଦୁ ଭୋଜନ ଏପରି ଋତିପୂର୍ଣ୍ଣ ଭୋଜନ ପ୍ରକୃତରେ ଆମ ପାଇଁ ପ୍ରଥମ ଥିଲା । ମାତ୍ର ଆମେ ହାତରେ ନଖାଇ ପାରି ଡହଳ ବିକଳ ହୋଇ ପଶୁପରି ହାମୁଡ଼ÿି ମୁହଁ ଲଗାଇ ବା ପକ୍ଷୀ ପରି ଥଣ୍ଟରେ ଭୋଜନ ପରି ଭୋଜନ କଲୁ । ମୌଳିକ ଖାଦ୍ୟ ଗୁଡ଼ିକୁ ଯୌଗିକ କରି ଗୋଳାଇ ଖାଇ ପାରିଲୁନାହିଁ । ଆପଣ ପ୍ରକୃତରେ ମାୟାଧର କପଟପୂର୍ଣର୍ ଭାବରେ ଆମକୁ ଭୋଜନକୁ ନିମନ୍ତ୍ରଣ କରିଥିଲେ । ପ୍ରଭୁ କହିଲେ, ଶୁଣ ଦେବତାମାନେ କଣ କହୁଛନ୍ତି, ଦେବତାମାନେ ଲମ୍ବ ଲମ୍ବ ପ୍ରଭୁଙ୍କ ପାଦରେ ପଡ଼ି କହିଲେ ପ୍ରଭୁ ଆପଣ ବିଶ୍ୱଗୁରୁ ବଡ଼ ଦୟାମୟ  ।ଏହା ଆଜି ଭୋଜନ କକ୍ଷରେ ଭୋଜନ ବେଳେ ଜାଣିଲୁ ଆମର ହସ୍ତ ଅଚଳ ନିଜ ପାଇଁ କରିଥିଲେ, ହେଲେ ସାଥି ପାଇଁ ନଥିଲା । ପ୍ରତିପତ୍ରର ସାମ୍ନାସାମ୍ନି ଦୁଇ ଜଣ ବସି ପରସ୍ପକୁ ଖୋଇ ଦେଇ କି ଆନନ୍ଦ ପାଇଲୁ ତାହା ମନେପକାଇ ଦେଲା ପିଲା ଦିନେ ମାଆ ଯେମିତି ଆମକୁ ବଳେଇ ବଳେଇ ଖୋଉଥିଲେ । ଏ ପାଇଁ ଆଜି ଯେଉଁ ଶିକ୍ଷା ଦେଲେ ପରସ୍ପରକୁ ସହାୟହେଲେ ଆନନ୍ଦ ମିଳିପାରିବ । ପ୍ରଭୁ ଅସୁରଙ୍କୁ ଏକଥା ଶୁଣାଇ ଦେଲେ ଅସୁରମାନେ ବୁଝିରେ “ମୁଁ’ “ମୋର’ ନିଜେ ବଞ୍ଚôବା, ନିଜେ ଖାଇବା ଏସବୁ କେବେ ଆନନ୍ଦ ଦିଏ ନାହିଁ । ଏ ପାଇଁ ଅସୁର ମେସ୍ୟ ସର୍ବଦା ହୋଇ ପାରୁନାହାଁନ୍ତି । କାହାକୁ ମଣ ଭୟ ଆତଙ୍କିତ କରିଲେ ସେ ତତ୍କାଳ ଅନୁନୟ ବିନୟ ପ୍ରଣାମ ଗୋଡ଼ ଧରିପାରେ ମାତ୍ର ତାହା ଅନ୍ତରର ଭାଷା ତାହା ନୁହେଁ । ଆଉ ଦେବଶକ୍ତି ବୁଝିଲେ ଖାଇବା ଠାରୁ ଖୋଇବା ଅତି ଆନନ୍ଦ ଏ ପାଇଁ ସମସ୍ତଙ୍କୁ ସହାୟ ହେବା ଦେବଧର୍ମ । ସମସ୍ତେ ପ୍ରଭୁଙ୍କ ପାଖରୁ ଏକ ବିଶେଷ ଶିକ୍ଷା ପାଇ ବିଦାୟ ନେଇଥିଲେ । 
ଅଜୟ କୁମାର ବେହେରା,ମୋ : ୯୪୩୭୦୩୧୨୫୩