ସମସ୍ତ ସୁବିଧାରେ ଚାଷୀ ଉପକୃତ ହେବା ଜରୁରୀ
ଭୁବନେଶ୍ୱର : କୃଷି ଭବନରେ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ଆଜି ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଣିପାଗ ନିଦେ୍ର୍ଦଶକ ଡ଼ ମନୋରମା ମହାପାତ୍ର ମଧ୍ୟ ଯୋଗଦେଇଥିଲେ । ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ହୋଇଛି । ଏହା ଖରିଫ ଫସଲ ପାଇଁ ବେଶ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି । ବିଶେଷ କରି କପା, ଧାନ, ଆଳୁଚାଷ ଭଳି ଅଧିକା ପାଣିର ଆବଶ୍ୟକ ଫସଲ ପାଇଁ ଏହା ସହାୟକ ହେବ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ସୂଚନା ନିୟମିତ ଭାବରେ ପ୍ରଦାନ କରିଆସୁଛି । ଏତଦବ୍ୟତୀତ ଚାଷୀମାନେ କୃଷି ସମୃଦ୍ଧି ହେଲ୍ପଲାଇନକୁ ଫୋନ କରି ସମସ୍ୟାର ସମାଧାନ ପାଇପାରୁଛନ୍ତି । ବର୍ତ୍ତମାନ ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ଏହି ସୂଚନା ଚାଷୀଙ୍କୁ ପ୍ରଦାନ କରାଯାଉଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଆଞ୍ଚଳିକ ତଥା ଦେଶୀୟା ଭାଷାର ବ୍ୟବହାରକୁ ଗୁରୁତ୍ୱାରୋପ କରିଛନ୍ତି କୃଷି ସଚିବ ଡ଼ ପାଢୀ । ସେହିଭଳି, ପର୍ଯ୍ୟାପ୍ତ ପରିମାଣର ଉନ୍ନତମାନରବିହନ, ସାର ଇତ୍ୟାଦି ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ଯେପରି ଚାଷୀଙ୍କ ପାଖରେ ପହଞ୍ଚିବ ଏବଂ ଚାଷୀମାନେ ଏଥିରୁ ପ୍ରକୃତରେ ଉପକୃତ ହେବେ ସେନେଇ ଯନôବାନ ହେବାକୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଡ଼ ପାଢୀ । ବୈଠକରେ କୃଷି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ ପରିଡ଼ା, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ନିଦେ୍ର୍ଦଶକ, ଉଦ୍ୟାନ କୃଷି ବିଭାଗ, ବିଭିନ୍ନ ଯୋଜନା ଅଧିକାରୀ, ସମବାୟ ବିଭାଗ, ଜଳସେଚନ ବିଭାଗ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।