ସମସ୍ୟା ଘେରରେ ଓଏସ୍ଆରଟିସି ବସଷ୍ଟାଣ୍ଡ


ଆସିକା :  ଆସିକା କଳିଙ୍ଗାରୋଡରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ନବନିର୍ମିତ ଓ ଏସଆରଟିସି ବସଷ୍ଟାଣ୍ଡ ଉଦଘାଟନର ମାସେ ହୋଇଥିଲେ ମଧ୍ୟ ଜନସାଧାରଣ ମାନଙ୍କ ପାଇଁ ମୌଳିକ ସୁବିଧା ଉପଲବ୍ଧ ହୋଇ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ବସଷ୍ଟାଣ୍ଡ ଦେଇ ୨୦ ରୁ ୨୫ ଖଣ୍ଡ ବସ ଦୈନଦିନ ଚଳାଚଳ ହେଉଛି । ଜିଲ୍ଲାର ଅନେକ ବ୍ଲକରୁ ହଜାର ହଜାର ଲୋକ ଏହି ବସଷ୍ଟାଣ୍ଡ ଉପରେ ନିର୍ଭର କରିଥାନ୍ତି । ଓଡ଼ିଶାର କୋଣ ଅନୁକୋଣକୁ ବସ ଗୁଡିକ ଯିବା ଆସିବା କରନ୍ତି । ଅନେକ ପଂ·ୟତରୁ ମଧ୍ୟ ଲକ୍ଷ୍ମୀ ବସ ମଧ୍ୟ ଯିବା ଆସିବା କରୁଛି । ପିଲା ଠାରୁ ବୟସ୍କ ଓ କିଶୋରୀ ଠାରୁ ଆରମ୍ଭ କରି ମହିଳା ବସ ଚଳାଚଳ ସମୟରେ ବସଷ୍ଟାଣ୍ଡକୁ ଆସିଥାନ୍ତି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ଶୌ·ଳୟ, ପିଇବା ପାଣି, ବସିବା ପାଇଁ ଯାତ୍ରୀ ବିଶ୍ରାମଗାରର ସୁବିଧା ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଏହି ବସଷ୍ଟାଣ୍ଡରେ ବିଭାଗୀୟ ଅଧିକାରୀ ମାନେ ଯଥାଶୀଘ୍ର ଯାତ୍ରୀଙ୍କ ଏହି ସବୁ ମୈଳିକ ବ୍ୟବସ୍ଥାର ସୁବନେ୍ଦାବସ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।