ରାତିରେ ଖାଆନ୍ତୁ ଗୁଡ, ରୁହନ୍ତୁ ଫିଟ୍‌

ରାତିରେ ଖାଆନ୍ତୁ ଗୁଡ, ରୁହନ୍ତୁ ଫିଟ୍‌

 
ଗୁଡ଼ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣନ୍ତି? ଆଇରନରେ ଭରପୂର ଗୁଡ଼ ଶରୀରରେ ରକ୍ତହୀନତା ଦୂର କରିବାରେ ସହାୟକ । କିନ୍ତୁ ଜାଣନ୍ତି କି, ଯଦି ରାତିରେ ଶୋଇବା ପୂର୍ବରୁ ଗୁଡ଼ ଖାଆନ୍ତି, ତେବେ ଏହା ସ୍ୱାସ୍ଥ୍ୟ ଉପରେ ଅନେକ ଭଲ ପ୍ରଭାବ ପକାଇଥାଏ । ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ।
ନିଦ୍ରାହୀନତା ସମସ୍ୟା ଦୂର କରିବା ପାଇଁ ଶୋଇବା ପୂର୍ବରୁ ଗରମ ପାଣିରେ ଗୁଡ଼ ମିଶାଇ ପିଅନ୍ତୁ । ଗୁଡରେ ମ୍ୟାଗ୍‌ନେସିୟମ୍‌, ଆଇରନ୍‌, ପୋଟାସିୟମ୍‌ ଏବଂ ଅନେକ ଭିଟାମିନ୍‌ ଗୁଡ଼ରୁ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଅଦା ସହିତ ଗୁଡ଼କୁ ଗରମ କରି ଖାଇବା ଦ୍ୱାରା ଗଳା ଯନ୍ତ୍ରଣା, କାଶ କିମ୍ବା ଗଳା କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ ।

- ଗୁଡ଼ ପାଣି କିପରି ପ୍ରସ୍ତୁତ କରିବେ?
ଗୁଡ଼ ପାଣି ତିଆରି କରିବା ପାଇଁ ପ୍ରଥମେ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ । ଏହା ପରେ ସେଥିରେ ଗୋଟିଏ ଖଣ୍ଡ ଗୁଡ଼ ମିଶାଇ ରଖନ୍ତୁ । ଭଲ ବାବେ ଗୁଡ଼ ପାଣିରେ ମିଶିଯିବା ପରେ ଏହି ପାଣିକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ । ନିୟମିତ ଏହି ପାଣି ପିଇବା ଫଳରେ ଉପରସ୍ଥ ଉପକାରିତା ସହ ପେଟଜନିତ ସମସ୍ୟା ମଧ୍ୟ ଦୂର ହୋଇପାରେ ।  ଅମ୍ଳତା ଦୂର ପାଇଁ ଗରମ ପାଣିରେ ଗୁଡ଼ ମିଶାଇ ପିଇପାରିବେ ।   ଅଧିକାଂଶ ଲୋକଙ୍କର କୋଷ୍ଠକାଠିନ୍ୟର ସମସ୍ୟା ଥାଏ, ଏହି ସମସ୍ୟାକୁ ଦୂର କରିବା ପାଇଁ ଗୁଡ଼ ବେଶ ଲାଭଦାୟକ ।