ଘରକୁ ଫେରିଲେ ବୃଦ୍ଧ
ପାଣିକୋଇଲି: ସମାଜିକ ଗଣମାଧ୍ୟମ ଯୋଗୁ ଆଜି ଜଣେ ବୃଦ୍ଧ ନିଜ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି । ଜଣେ କଥା କହୁନଥିବା ବ୍ୟକ୍ତି ଘରୁ ଗତ ୩ ତାରିଖରୁ ପଳାଇ ଆସିଥିଲେ । ହେଲେ ପାଣିକୋଇଲିରେ ଉକ୍ତ ବ୍ୟକ୍ତିଙ୍କୁ ଦେଖି କିଛି ଯୁବକ ସାମାଜିକ ଗଣମାଧ୍ୟରେ ଏହାର ଫଟୋ ପୋଷ୍ଟ କରିଥିଲେ । ରାଜପଥ ପୋଟ୍ରୋଲିଂ ଅଧିକାରୀ ସବଇନ୍ସପେକ୍ଟର ଅଶୋକ କୁମାର ବଳ ସମାଜିକ କର୍ମୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ତାଙ୍କୁ ଖାଦ୍ୟ ଦେଇ ଥାନାକୁ ଆଣିଥିଲେ । ସାମାଜିକ ଗଣମାଧ୍ୟମରୁ ଫଟୋ ଦେଖି ତାଙ୍କ ପରିବାର ଲୋକେ ପହଁଚି ଥାନାରେ ଯାତ୍ରା ଆରମ୍ଭ କରିଦେଇଥିଲେ । ଏମିତିକି ଉକ୍ତ ବୃଦ୍ଧକୁ ପୁଲିସ ମାରିଦେଇଥିାର ଅଭିଯୋଗ କରିଥିଲେ । ହେଲେ ପୁଲିସ କାହିଁକି ତାଙ୍କୁ ମାରିବ ଏନେଇ କେହି ବୁଝିବାକୁ ପ୍ରସ୍ତୁତ ନଥିଲେ । ପରେ ପୁଲିସ ତାଙ୍କୁ ଖୋଜି ଭଦ୍ରକ ଜିଲା ଭଣ୍ଡାରୀ ପୋଖରୀ ଅଂଚଳରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଘଟଣାସ୍ଥଳେ ଅଳକୁଣ୍ଡ ପୁଲିସ ପହଁଚି ପୁଲିସ ଓ ସାମଜିକ କର୍ମୀଙ୍କ ଉପସ୍ଥିତିରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା । ପୂର୍ବରୁ ଏନେଇ ଅଳକୁଣ୍ଡ ଥାନାରେ ଏକ ନିଖୋଜ ମାମଲା କରାଯାଇଥିଲା । ଅଳକୁଣ୍ଡ ଥାନା ଅନ୍ତର୍ଗତ ବିଞ୍ଝାରପୁର ବ୍ଲକର ଉତରଙ୍ଗା ପଂଚାୟତ ରଘୁନାଥପୁର ଗ୍ରାମର ନୃସିଂହ ଚରଣ ମଳିକଙ୍କ ପୁଅ ନିରାକାର ଯିଏକି ଠିକ ଭାବେ କଥା କହିପାରନ୍ତି ନାହିଁ ବୋଲି ଜଣାପଡିଥିଲା ।