ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତୁ୍ୟ
ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି ମଧୁବନ ରାଜ ରାସ୍ତାରେ ବସ ଧକ୍କାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ଖବର ମତେ ଗୋଡିଗୋଠ ଅଂଚଳ ଛତରା ଗାଁର ରବି କେରାଇଙ୍କ ପୁଅ କାର୍ତିକ(୨୩)ଅପରାହ୍ନ ୩ଟା ସମୟରେ ୫୩ ନମ୍ବର ରାଜପଥର ବ୍ରାହ୍ମଣୀ ବ୍ରିଜ ପଟୁ ଡ଼ୁବୁରୀ ଆଡକୁ ବାଇକରେ ଆସୁଥିବା ବେଳେ ସେହି ଦିଗରୁ ଏକ ବସ ତାଙ୍କୁ ମଧୁବନ ପାଖ ଗୋବରଘାଟି ଛକ ଠାରେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସେ ପଡିଯିବାରୁ ମୁଣ୍ଡ ମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । କଳିଙ୍ଗନଗର ପୁଲିସ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରି ଦାନଗଦୀ ମେଡିକାଲ ନେଲା ବେଳକୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ପୁଲିସ ମାମଲା ରୁଜୁ କରି ଟାଟା କାରଖାନାରେ ଲାଗିଥିବା ବସଟି ଦୁର୍ଘଟଣା କରିଥିବା ବେଳେ ଧରାପଡିଛି । ଯୁବକଙ୍କ ମୃତୁ୍ୟରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି ।