ବିଧାୟିକାଙ୍କ ପଞ୍ଚାୟତରେ ଯୋଜନା ଠପ : ଟାଙ୍କି ଅଛି ପାଣି ଆସୁନି
ବିଞ୍ଝାରପୁର : ଟାଙ୍କି ଅଛି ହେଲେ ପାଣି ନାହିଁ । ମୂଳରୁ ଯୋଜନା ଫେଲ ମାରିଛି । ନାଁ ହେଉଛି ବସୁନ୍ଧରା ଯୋଜନା । ଯାହା ଜଳ କଷ୍ଟ ଦୁର କରିବା ପାଇଁ ଉଦ୍ଧିଷ୍ଟ । ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ଠିକାଦାର ବସୁଧା ଟାଙ୍କି ଛିଡା କରିଦେଇ ଥିବା ବେଳେ ପାଣିର ନାଁ ଗନ୍ଧ ନାହିଁ । କେବଳ ଜନତାଙ୍କୁ ଭୁଆଁ ବୁଲାଇ ଉଦ୍ଘାଟନ ହେଲା ଆଉ ନିର୍ମାଣ ଓ ପରେ ଏହାର କାର୍ଯ୍ୟକାରୀ ନ ହୋଇ ଧିରେ ଧିରେ ନଷ୍ଟ ହୋଇଯିବାକୁ ବସିଲାଣି । ଯାହା ବିଭାଗର ପରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ଦେଖିବାକୁ ଗଲେ ଖୋଦ୍ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକଙ୍କ ନିଜସ୍ୱ ପଞ୍ଚାୟତ ମାଁସଡାରେ ଉକ୍ତ ଯୋଜନା ମାରିଛି ଫେଲ । ଦଧିବାମନପୁରରେ ନିର୍ମାଣ ହୋଇଥିବା ବସୁଧା ଟାଙ୍କି ଆଜିକୁ ୫/୭ ବର୍ଷରୁ ଊଦ୍ଧ୍ୱର୍ହେବ କାର୍ଯ୍ୟ ସରିଥିଲେ ସୁଦ୍ଧା ପାଣିର ନାଁ ଗନ୍ଧ ନାହିଁ । ଧର୍ମକୁ ଆଖିଠାର ମାରିଲା ଭଳି କାର୍ଯ୍ୟ ସାରିବା ପରେ ଥରେ ଦୁଇଥର ସେଠାକାର ବାସିନ୍ଦାକୁ ପାଣି ଚଖେଇ ଦେଇ ଠପ୍ ହେଇପଡ଼ିଛି ଏଇ ଯୋଜନା । ଘରକୁ ପାଇପ୍ ଯୋଗାଇବା ଓ ଟାଙ୍କି ନିର୍ମାଣରେ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇଛି ତାହା କେବଳ ପିସି ଓ ନିଜ ଦଳୀୟ ଠିକାଦାରଙ୍କ ପ୍ରିୟାପ୍ରୀତି ତୋଷଣ ପାଇଁ ଉଦ୍ଧିଷ୍ଠ ଥିଲା ବୋଲି ଏବେ ଆଲୋଚନା ହେଉଛି । ଏପଟେ କୁଆଡେ ପାଣି ଟାଙ୍କିର କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ପାଣି ପହଁଚିବା ପୂର୍ବରୁ ଟାଙ୍କି ଫୁଟିଯିବା କାରଣ କୁଆଡେ ଏହା ଆଉ କାମରେ ଆସିବ ନାହିଁ । ଯାହାକୁ ନେଇ ଅଞ୍ଚଳରୁ ପାଣି ସମସ୍ୟା ଦୂର ହେଇପାରୁନି ବୋଲି କୁହାଯାଉଛି । ଗ୍ରୀଷ୍ମ ଦିନେ ଜଳ କଷ୍ଟ ଏଠି ବଡ ସମସ୍ୟା ରହିଥାଏ । ଯଦି ବିଧାୟିକାଙ୍କ ନିଜସ୍ୱ ପଞ୍ଚାୟତରେ ଅବସ୍ଥା ଏମିତି ତେବେ ପୁରା ବିଞ୍ଝାରପୁରର ପାନୀୟ ଜଳ ବ୍ୟବସ୍ଥା କେମିତି ଥିବ ତାହା ଦଧିବାମନପୁର ବସୁଧା ଯୋଜନାରୁ ବାରିହୋଇ ପଡୁଛି ।