ବେଆଇନ ନିଶା ଦ୍ରବ୍ୟ ବିକ୍ରି ଯୁବକ ଗିରଫ
ପୁରୀ : ସମୁଦ୍ର କୂଳ ଥାନା ଅଞ୍ଚଳରେ ବେଆଇନ ଭାବେ କପସିରଫ ବିକ୍ରୟ କରୁଥିବା ଜଣେ ଯୁବକକୁ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଠାରୁ ୩୨ବୋତଲ ଏସ୍କପ ସିରଫ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୨୭୬, ୨୭୭, ୨୭୮, ୧୩୨,୩୫୧(୨) ଧାରାରେ ୨୫୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ରାତ୍ର ପାଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହାପିହୋମ୍ ହୋଟେଲ ସମ୍ମୁଖରେ କପ୍ ସିରଫ ବିକ୍ରୟ କରୁଥିବା ବେଳେ ପୋଲିସ କାଳୁ ମହାରଣା ଓରଫ ଓମ୍ (୨୦)କୁ ଗିରଫ କରିଥିଲା । କାଳୁର ଘର କଣାସ ଥାନା ଅନ୍ତର୍ଗତ ତ୍ରିଲୋଚନପୁରୁ ବୋଲି ଜଣାଯାଇଛି ।