ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର

 ପୁରୀ : ପୁରୀ ସମୁଦ୍ରରେ ପୁଣି ଘଟିଛି ଅଘଟଣ । ରିପ କରେଣ୍ଟରେ ପଡ଼ି ବୁଡ଼ିଗଲେ ଦୁଇଜଣ ପର୍ଯ୍ୟଟକ । ରେଣୁକା ଗଳି ସମ୍ମୁଖ ସମୁଦ୍ରକୂଳ  ସେକ୍ଟର-୭ରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ବୁଡ଼ିଯାଇଥିବା ୨ପର୍ଯ୍ୟଟକ ହେଉଛନ୍ତି ଛତିଶଗଡ଼ ବୀରା ଅଞ୍ଚଳର ଶୁଭମ୍ ସୁବାସ ଓ ବାଲେ ପଟେଲ । ଅପରାହ୍ନ ୪ଟା ୧୦ମିନିଟ୍ରେ ଏହିଭଳି ଘଟଣା ଘଟିଥିବା ଜଣାପଡ଼ିଛି । ବୁଡ଼ିଯାଉଥିବା ୨ପର୍ଯ୍ୟଟକଙ୍କୁ ଗଭୀର ସମୁଦ୍ର ଭିତରକୁ ଯାଇ ଲାଇଫଗାର୍ଡ଼ ଜି. ମାଣିକ୍ୟମ୍ ଏବଂ ପି. ଗୋବିନ୍ଦ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ସେମାନଙ୍କୁ ପ୍ରାଥମିକ ଚିକିସôା କରାଯାଇଥିଲା । ମୃତୁ୍ୟ ମୁହଁରୁ ଲାଇଫଗାର୍ଡ଼ମାନେ ସେମାନଙ୍କୁ ବଞ୍ଚାଇଥିବାରୁ ପର୍ଯ୍ୟଟକମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।