କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ

 ବ୍ରହ୍ମପୁର  : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଙ୍ଘର ୫୨ତମ ବାର୍ଷିକ ଅଧିବେଶନ ଓ ନୂତନ ବର୍ଷ ପାଇଁ କର୍ମର୍କର୍ତ୍ତା ଚୟନ ହୋଇସାରିଛି  । ସଭାପତି ଡ ମିହିର କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ  କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା  । ସରକାରୀ ଏନ. ପି. ଏସ ନିୟମରେ ଭୁକ୍ତଥିବା କର୍ମଚାରୀ ମାନଙ୍କ ପରିବାର ସଦସ୍ୟଙ୍କୁ ମୃତୁ୍ୟ କାଳୀନ ପେନସନ ମିଳୁଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ମଚାରୀ ମାନେ ସେଥିରୁ ବାଦ ପଡିଛନ୍ତି  । ସରକାରୀ କର୍ମଚାରୀଙ୍କୁ ୟୁପିଏସ. ଲାଗୁହେଉଥିବା ବେଳେ ବିଶ୍ୱବିଦ୍ୟାଳୟ ଗୁଡିକରେ ଲାଗୁ ନାହିଁ  । ସରକାରଙ୍କ ଏଭଳି ନୀତି ଯୋଗୁଁ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଥିଲେ  । ଏଥିସହ ସରକାରଙ୍କ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ପଦପଦବୀ ଉଛେଦ ଦ୍ୱାରା କର୍ମ କ୍ଷେତ୍ରରେ ବିଭିନ୍ନ ଅସୁବିଧା ଉପରେ ଆଲୋଚନା ହୋଇଥିଲା  । ନୂତନ କର୍ମକର୍ତ୍ତା ମଧ୍ୟରେ ସଭାପତିଭାବେ ଡ ମିହିର କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତିଭାବେ ସତ୍ୟ ନାରାୟଣ ଶତପଥୀ, ମନୋଜ କୁମାର ଶତପଥୀ, ଉପସଭାପତିଭାବେ ଦେବୀ ପ୍ରସାଦ ବେହେରା, ସଂଗ୍ରାମ କେଶରୀ ନାୟକ, ସାଧାରଣ ସମ୍ପାଦକଭାବେ ଇନ୍ଦ୍ର ପ୍ରସାଦ ବେହେରା, ସଂଗଠନ ସମ୍ପାଦକଭାବେ ପ୍ରଦୀପ କୁମାର ବେହେରା ସମେତ ସଂପାଦକ,ସହ ସମ୍ପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଟା ଚୟନ ହୋଇଥିବା ବେଳେ  ୨୮ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ମଧ୍ୟ ଚୟନ କରାଯାଇଛି  ।