ସରକାରଙ୍କ ବିରୋଧରେ ABVP କଲା ବଡ଼ ଦାବି

ଭୁବନଶ୍ୱେର : ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି । ଲୋକସେବା ଘେରାଉ ସହ ଲୋୟର ପିଏମଜିରେ ପୋଲିସ- ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଉପୁଜିଛି ଆନ୍ଦୋଳନ । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବହା ଗ୍ୟାସ କରିଛି ପୋଲିସ । ଏହି ଲୁହାବୁହା ଗ୍ୟାସ ମାଡରେ ବବି ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା ମିଳିଛି । ସେହପରି କଂଗ୍ରେସ ମଧ୍ୟ ଆସନ୍ତକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି। ସାରା ଓଡ଼ିଶାରେ ଅଖଚକ ବନ୍ଦ ନେଇ ହୁଙ୍କାର କରିଛି ବିଜେଡି। ତେବେ ଏହାରି ଭିତରେ ସରକାରଙ୍କ ବିରୋଧରେଯ ରାଜରାସ୍ତାକୁ ଓହ୍ଲାଇଛି ABVP। ବାଣୀବିହାରରେ କରିଛି ବଡ଼ ବିକ୍ଷୋଭ ପ୍ରଦର୍ଶନ। ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଇନଯୁକ୍ତ ସ୍ଥାୟୀ ICC ଗଠନ ଦାବି କରିବା ସହ ସୌମ୍ୟାଶ୍ରୀଙ୍କୁ ଆତ୍ମଦାହବେଳେ ଉସୁକାଉଥିବା ଦୁଇ ଛାତ୍ର କଂଗ୍ରେସ ନେତାଙ୍କ ଗିରଫ ଦାବ କରିଛି।