ମିଶନ ଶକ୍ତି କାର୍ଯ୍ୟକାରିଣୀ କମିଟି ପୁନର୍ଗଠନକୁ ବିରୋଧ
ବିଞ୍ଝାରପୁର : ବ୍ଲକ ସ୍ତରୀୟ ମହାସଂଘ ପକ୍ଷରୁ ମିଶନ ଶକ୍ତି କାର୍ଯ୍ୟକାରିଣୀ କମିଟିକୁ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଇସି ସଦସ୍ୟା । ଦୀର୍ଘ ଦିନ ଧରି ବିନା ପାରିଶ୍ରମିକରେ ସେମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ କାର୍ଯ୍ୟ କରିଆସୁଥିଲେ ହେଁ ନୂଆ ସରକାର ସେମାନଙ୍କୁ ଅଣଦେଖା କରୁଥିବା ଇସିସଭ୍ୟ ଦାବି କରିଛନ୍ତି । ରାଜ୍ୟ, ଜିଲା, ବ୍ଲକ୍ ଏବଂ ବ୍ଲକ୍ ସ୍ତରୀୟ କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ ନିଦେ୍ର୍ଦଶକୁ ବାତିଲ କରିବାକୁ ଦାବି କରିଛନ୍ତି ସଦସ୍ୟ । ଏନେଇ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଏକ ଦାବି ପତ୍ର ବିଞ୍ଝାରପୁର ବ୍ଲକ୍ସ୍ତରୀୟ ମହାସଂଘର ସଭାପତି ଭାରତୀ କାଣ୍ଡୀ ନେତୃତ୍ୱରେ ବିଡିଓଙ୍କୁ ପ୍ରଦାନ କରାଯାଇଛି ।