ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

 ବରୀ: କରପ୍ସନ୍ ଫ୍ରୀ ଓଡ଼ିଶା ଏବଂ ନିଖିଳ ଉକôଳ ଗୋଲା ସମାଜର ମିଳିତ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ରନôଗିରିସ୍ଥ ଅଲିଆବାଦ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉକ୍ରଳ ଗୋଲା ସମାଜର କାର୍ଯ୍ୟକାରୀ ସଭାପତି କର୍ଣ୍ଣଚନ୍ଦ୍ର ଘଡାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କରପସନ୍ ଫ୍ରୀ ଓଡ଼ିଶାର ପ୍ରତିଷ୍ଠାତା ଡ. ଦେବବ୍ରତ ସ୍ୱାଇଁ, ସଂସ୍ଥା ସଂଯୋଜକ ତଥା ପୂର୍ବତନ ଅଧ୍ୟକ୍ଷ ହରିହର ଦାସ, ଗୋଲା ସମାଜର ସମ୍ପାଦକ ତରୁଣ କୁମାର ଦାସ, କୋଷାଧ୍ୟକ୍ଷ ଚିନ୍ତାମଣି ବେହେରା, ଅଭିରାମ ମଲ୍ଲ, ବାବାଜୀ ଚରଣ ଦାସ, ରବୀନ୍ଦ୍ର ମହାନ୍ତି, ଅନିରୁଦ୍ଧ ମଲ. ଶିଶିର ବେହେରା ଯୋଗ ଦେଇଥିଲେ । ଅତିଥି ଦୁର୍ନୀତି ନିରାକରଣ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ଗ୍ରାମବାସୀ ଏବଂ ଉପସ୍ଥିତ ସଦସ୍ୟ ମାନେ ନିଶା ଓ ଦୁର୍ନୀତି ବିରୁଦ୍ଧରେ ଲଢ଼ିବାକୁ ଶପଥ ଗ୍ରହଣ କରିଥିଲେ ।