ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରୟୋଦଶତମ ବାର୍ଷିକୋତ୍ସବ
ଗୋପ: ଗୋପ ବ୍ଲକ୍ ଅଧିନସ୍ତ ବନ୍ତୁଳିଗାଁ ପଞ୍ଚାୟତର ଯଉଁଲିପୋଖରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତ୍ରୟୋଦଶତମ ବାର୍ଷିକଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାର୍ଷିକୋତ୍ସବର ମୁଖ୍ୟ ଆକର୍ଷଣ କେନ୍ଦ୍ର ବିନ୍ଧୁ ହୋଇଥିଲେ ଛାତ୍ରଛାତ୍ରୀ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗଣମାଧ୍ୟମ କ୍ଷେତ୍ରରେ ଓଡ଼ିଶା ଏକ୍ସପ୍ରେସର ନୁ୍ୟଜ ରିପୋଟର ସଚ୍ଚିିଦାନନ୍ଦ ଗୋଛାୟତଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ମୁଖ୍ୟଅତିଥି ଉପଜିଲ୍ଲାପାଳ ପୁରୀ ସହଦେବ ସାହୁ ତାଙ୍କ ଅବିଭାଷଣ ପ୍ରସଙ୍ଗରେ କହିଥିଲେ । ରାଜ୍ୟରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସରସ୍ୱତୀ ଶିଶୁମନ୍ଦିର ଓ ବିଦ୍ୟାମନ୍ଦିରରେ ଯେଉଁଭଳି ବୈଦ୍ଧିକ ଓ ନୈତିକତା ଶିକ୍ଷା ପ୍ରଦାନ କରାଯାଉଛି ତାହା ଅନ୍ୟ ଶିକ୍ଷା ଅନୁଷ୍ଠାନ ଠାରୁ ଅଧିକ । ତ୍ରିଲୋଚନ ସାର ଯୋଗଦେଇଥିବା ସ୍ଥଳେ, ମୁଖ୍ୟବକ୍ତା ଶିକ୍ଷାବିକାଶ ସମିତି ସଦସ୍ୟ ଦୀନବନ୍ଧୁ ତ୍ରିପାଠୀ, ପ୍ରଧାନଆଚାର୍ଯ୍ୟ ଶ୍ରୀଧର ପ୍ରହରାଜଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମ୍ମାନିତଅତିଥି ପରିଚାଳନା ସମିତି ସଭାପତି ଦିନବନ୍ଧୁ ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ବେହେରା, କୋଷାଧ୍ୟକ୍ଷ ବିମଳା କାନ୍ତ ସ୍ୱାଇଁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଥିତି ଓ ଉପସ୍ଥିତ ଅବିଭାବକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ମାତୃଭାରତୀର ଅଧ୍ୟକ୍ଷା ଅହଲ୍ୟା ପାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।