ବିଦ୍ୟାଳୟରେ ନାଁ ଲେଖାଇଲେ ଲବକୁଶ
ବେତନଟୀ : ବେତନଟୀ ବ୍ଲକର ବେଲାଣପୁରା ଗ୍ରାମରେ ଥିବା କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନ ସରକାରୀ ହାଇସ୍କୁଲ ପାଟଳିପୁରାରେ ଶିଳପୁରିଆ ଗ୍ରାମର କନ ଏବଂ ମାନି ମାରାଣ୍ଡିର ଯାଆଁଳା ପୁଅ ଲବ ଓ କୁଶ ନବମ ଶ୍ରେଣୀରେ ନାମ ଲେଖାଇଛନ୍ତି । ଦୁଇ ଭାଇଙ୍କର ଜନ୍ମ ଗୋଟିଏ ଦିନରେ ହୋଇ ଥିବାରୁ ରାମାୟଣର ଦୁଇ ବୀର ଚରିତ୍ରଙ୍କ ନାମ ଅନୁକରଣ କରି ଲବକୁଶ ଦିଆଯାଇଛି ବୋଲି ମାତା ମାନି କହିଛନ୍ତି । ଏହି ବିଦ୍ୟାଳୟର ଦୀର୍ଘ ପଚାଶ ବର୍ଷର ଇତିହାସ ଭିତରେ ଏଭଳି ଯାଆଁଳା ଭାଇ ପ୍ରଥମ କରି ବିଦ୍ୟାଳୟରେ ନାମ ଲେଖାଇ ଥିବାରୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସମାଜସେବୀ ଗୋବିନ୍ଦଚନ୍ଦ୍ର ଦୁର୍ଗା, ବରିଷ୍ଠ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତ, କନିଷ୍ଠ ଶିକ୍ଷକ ଚତୁର୍ଭୁଜ ମଲ୍ଲିକ, ସହକର୍ମୀ ଚମ୍ପାମଣି ପ୍ରଧାନ ପ୍ରମୁଖ ଦୁଇ ଭାଇଙ୍କ ସମେତ ମାତା ମାନିକୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।