ଘୋଷଣା ହେଲା ବିଜେପି ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ନାଁ

ଘୋଷଣା ହେଲା  ବିଜେପି ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ନାଁ

ଭୁବନେଶ୍ୱର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ନାଁ ଘୋଷଣା କଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ନାଁ ଘୋଷଣା କରିଛନ୍ତି । ପୁଣିଥରେ ଭାରତୀୟ ଯୁବ ମୋର୍ଚ୍ଚାର ସଭାପତି ହେଲେ ଯୁବ ନେତା ଅଭିଳାଷ ପଣ୍ଡା ଏବଂ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି । ସେହିପରି ଶୁଭ୍ରାଂଶୁ ମୋହନ ପାଢୀ କୃଷକ ମୋର୍ଚ୍ଚା ସଭାପତି, କାନ୍ଦେରା ସୋରେନ୍‌ ଆଦିବାସୀ ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକ୍‌ ଏସ୍‌ସି ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକ ଓବିସି ମୋର୍ଚ୍ଚା ସଭାପତି, ଗୁରିନ୍ଦର ସିଂ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ହୋଇଛନ୍ତି । ମୋର୍ଚ୍ଚା ସଭାପତି ସହ ୩୬ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ନାଁ ମଧ୍ୟ ଘୋଷଣା  କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।