ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଶାମଖୁଣ୍ଟା ବ୍ଲକ ଅନ୍ତର୍ଗତ ଖାଣ୍ଡିଆ ଗ୍ରାମପଞ୍ଚାୟତର ଖୁଣ୍ଟାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମର ସଭାପତି ଚନ୍ଦ୍ରଗୁପ୍ତ ମହାପାତ୍ର, ଉପସଭାପତି ରାଜୀବ ଲୋଚନ ଗିରି, ସମ୍ପାଦକ ହିମାଂଶୁ କୁମାର ରାଉତଙ୍କ ପୌରହିତ୍ୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମାନସୀ ସେଠୀଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଖାଣ୍ତିଆ ଗପଞ୍ଚାୟତର ସରପଞ୍ଚ ସୋନାମନୀ ସିଂ, ମୁଖ୍ୟବକ୍ତା ଭାବେ ଶାମାଖୁଣ୍ଟା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶୀତଲ ବେହେରା, ଉପସଭାପତି କୈଳାସ ଚନ୍ଦ୍ର ମହାନ୍ତ, ୱାର୍ଡମେମ୍ବର ସାଗର କୁମାର ଗିରି, ଦମୟନ୍ତୀ ନାଇକ ପ୍ରମୁଖ ଯୋଗ ଦେଇ ଶ୍ରୀମତୀ ସେଠୀଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତଶିକ୍ଷକ ଶିବଶଙ୍କର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଯତୀନ୍ଦ୍ର ନାଥ ମହାପାତ୍ର, କମଲ ଲୋଚନ ଗିରି, ନରେନ୍ଦ୍ର ହାବୋଡା, ଶତ୍ରୁଘ୍ନ ପ୍ରଧାନ, ପ୍ରଶାନ୍ତ ଦାସ, କାଳିଆ ଗିରି, ତାପସ ରଞ୍ଜନ ହାବୋଡା, ବିକାଶ ଦାସ ଏବଂ ଗ୍ରାମବାସୀ ବୃନ୍ଦ ତଥା ଗ୍ରାମର ଦଶଟି ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଭ୍ୟା ମାନେ ଉପସ୍ଥିତ ରହି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କର କାର୍ଯ୍ୟର ପ୍ରଶଂସା କରିଥିଲେ । ଏତଦ୍ବ୍ୟତୀତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ବେବୀ ସୁଚରିତା ଗିରି, ଇନ୍ଦୁମନି ସିଂ, ରାମେଶ୍ୱର ମଝି ଏବଂ ସତ୍ୟରଞ୍ଜନ ଦାସ ତଥା ସହାୟିକା ବିଜୟଲକ୍ଷ୍ମୀ ଦାସ, ଦୀପା ପ୍ରଧାନ ଉପସ୍ଥିତ ରହି ସୁଚାରୁରୂପେ କାର୍ଯ୍ୟ ତୁଲାଇଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
