ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
ନୂଆପଡ଼ା : ନୂଆପଡ଼ା ଜଲ୍ଲା ଖଡ଼ିଆଳ ବ୍ଲକ ପୋଡ଼ାପାଲି ଶ୍ରୀ ଶ୍ରୀ ଶ୍ରୀ ମା’ ଗଜଲକ୍ଷ୍ମୀଙ୍କ ୨୮ତମ ପୂଜାତ୍ସୋବ ପାଇଁ ମହାଲକ୍ଷ୍ମୀ ଯୁବକ ସଂଘ ପୋଡପାଲିର ସଭ୍ୟସଭ୍ୟା ଓ ଗ୍ରାମବାସୀଙ୍କୁ ନେଇ ମା’ ଗଜଲକ୍ଷ୍ମୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମା’ଙ୍କର ପୂଜା, ମଣ୍ଡପ ସାଜସଜ୍ଜା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଥିଲା । ଅକ୍ଟୋବର ୫ତାରିଖ ରବିବାର ଦିନ ଠାରୁ ଅକ୍ଟୋବର ୭ ତାରିଖ ମଧ୍ୟରେ ହେବାକୁ ଥିବା ମା’ଙ୍କ ପୂଜାକୁ ନୀତିନିୟମ ମୁତାବକ ସୁନ୍ଦର ସୁଚାରୁ ରୂପେ କରାଯିବା ବାବଦକୁ ଆଲୋଚନା କରାଯାଇଥିଲା । ମା’ଙ୍କର ଭସାଣୀ ଯାତ୍ରାକୁ ବୁଧବାର କରିବାର ସ୍ଥିର କରାଗଲା । ଏହି ବୈଠକରେ ସଂଘର ବିଷ୍ଣୁ ଶବର, ବିଜୁଦାସ ମହାନନ୍ଦ, ଅନ୍ମତ ଶବର, ପ୍ରହଲ୍ଲାଦ ଶବର, ହେରମ୍ୱ ବାଗ, ଅକୁର ସୁନାନି, ନରେନ୍ଦ୍ର ଶବର, ଅମର ମାଝୀ ପବନ ଶବର ଓ ଅନ୍ୟ ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ ।