ନଦୀପଠାରୁ ବାଲି ଉଠାଣକୁ ନେଇ ଅସନ୍ତୋଷ 

 କୁଆଖିଆ : ରୋକି ହେଉନି ବେଆଇନ ବାଲି ଚାଲାଣ । ବାଲି ମାଫିଆମାନେ ଲୋକଙ୍କୁ ବିଭିନ୍ନ ପ୍ରକାରର ଭୟ ଦେଖାଇ ବେଧଡକ୍ ଭାବରେ ପ୍ରତିଦିନ ଶହ ଶହ ଗାଡି ନଦୀବାଲି ଉଠାଇ ଚଢା ମୁଲ୍ୟରେ ବିକ୍ରି କରୁଛନ୍ତି । ଏବେ ଦୀର୍ଘ ଦିନ ଧରି ରସୁଲପୁର ତହସିଲ ଅନ୍ତର୍ଗତ ଛିଣ୍ଡା ଖରସ୍ରୋତା ନଦୀ ପଠାରୁ ପ୍ରତ୍ୟେକ ଦିନ ଶହଶହ ଗାଡି ବେଆଆଇନ୍ ବାଲି ଉଠାଣ ହେଉଛି । ସୂଚନା ମୁତାବକ ଏହି ତହସିଲ ଅଧିନରେ ଯାଉଥିବା କଇଁଚି ଶାସନ ଗ୍ରାମ ନିକଟରୁ କିଛି ଲୋକ ବେଆଇନ୍ ଭାବରେ ପ୍ରଶାସନର ବିନା ଗୋଚରରେ ମେସିନ୍ ଲଗେଇ ନଦୀପଠା ବାଲିକୁ ତାଡି ନେଉଛନ୍ତି । ଯାହା ଫଳରେ ଭବିଷ୍ୟତରେ ନଦୀବନ୍ଧ ପ୍ରତି ସଙ୍କଟ ଦେଖା ଦେବା ସହିତ ବର୍ତମାନର ପାଳକୂଳ ଚାଷଜମି ଗୁଡିକର କ୍ଷତି ହେବା ଦେଖାଦେଇଛି । ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ତହସିଲଦାର ଏବଂ ଖଣିଜ ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଘଟଣା ସ୍ଥଳକୁ ନଆସି ଉକ୍ତ ବେଆଇନ କାର୍ଯ୍ୟକୁ ସମର୍ଥନ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ତୁରନ୍ତ ରୋକିବାକୁ ଚାଷୀ ଓ ଗ୍ରାମବାସୀ ଦାବି ହେଉଛି ।